ଲେମ୍ବୁ ପରେ ଟମାଟୋ ଦର ଆକାଶଛୁଆଁ
ଲେମ୍ବୁ ପରେ ଟମାଟୋ ଦର ଆକାଶଛୁଆଁ
ଭୁବନେଶ୍ୱର: ଲେମ୍ବୁ ପରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ବଜାରର ଚଢ଼ା ଦରରେ ବିକ୍ରି ହେଉଛି ଟମାଟୋ। ଲେମ୍ବୁ ପରେ ହଠାତ୍ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି। ଗତ କିଛିଦିନ ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି।
ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ତେବେ କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବା ବେଳେ ବର୍ତ୍ତମା ନଟମାଟୋ ଦର ବଢିଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି ।




admin 