ଲିଭିବ ନାହିଁ, ବିଲୀନ ହେବ ଅମର ଯବାନ ଜ୍ୟୋତି: କେନ୍ଦ୍ର ସରକାର

ଲିଭିବ ନାହିଁ, ବିଲୀନ ହେବ ଅମର ଯବାନ ଜ୍ୟୋତି: କେନ୍ଦ୍ର ସରକାର

ଲିଭିବ ନାହିଁ, ବିଲୀନ ହେବ ଅମର ଯବାନ ଜ୍ୟୋତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଇଣ୍ଡିଆ ଗେଟ୍ରେ ବର୍ଷ ବର୍ଷ ଧରି ଜଳି ଆସୁଥିବା  ଅମର ଯବାନ ଜ୍ୟୋତି ଲିଭିବ ନାହିଁ। ଏହା ନୂଆ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ବିଲୀବ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଛନ୍ତି। ଭାରତର ଇତିହାସକୁ ନଷ୍ଟ କରିଦେବାର ଏହାର ସରକାରଙ୍କ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏହି ପ୍ରତିକ୍ରିୟାର ଉତ୍ତର ରଖି କେନ୍ଦ୍ର ସରକାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏପରି ଗୁଜବ ପ୍ରଚାର ନ କରିବାକୁ ସରକାର ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଭାରତର ଅବସରପ୍ରାପ୍ତ ସୈନିକମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟର୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଚାଲିଛନ୍ତି। ଯାହାର ଉତ୍ତର ରଖି କେନ୍ଦ୍ର ସରକାର ପକ୍ଷରୁ ଏହି ପ୍ରତିକ୍ରିୟା ଦିଆଯାଇଛି।

ସୂଚନା ଅନୁଯାୟୀ ପ୍ରଥମ ଓ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ପ୍ରାଣ ହରାଇଥିବା ୮୪ ହଜାର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ  ବ୍ରିଟିଶ ସରକାରଙ୍କ ଦ୍ୱାରା ଇଣ୍ଡିଆ ଗେଟ ନିର୍ମିତ ହୋଇଥିଲା। ଏହାପରେ ୧୯୭୧ ମସିହାରେ ଭାରତ- ପାକ୍ ଯୁଦ୍ଧରେ ସହିଦ ହୋଇଥିବା ସୈନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯାଇଥିଲା। ଅପରପକ୍ଷେ, ୧୯୪୭ ମସିହାରୁ ସହିଦ ହୋଇଥିବା ୨୬, ୪୬୬ ଯବାନଙ୍କ ସ୍ମୃତିରେ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ମସିହା ଫେବୃଆରୀ ୨୫ରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକର ଉଦ୍ଘାଟନ କରିଥିଲେ। ସେଠାରେ  ସହିଦ ସୈନ୍ୟଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିଛି।

ଜାତୀୟ ଯୁଦ୍ଧ ସ୍ମାରକୀ ଭବନ ଉଦ୍ଘାଟନ ହେବା ପରେ ସମସ୍ତ ସାମରିକ ସମାରୋହ କାର୍ୟ୍ୟକ୍ରମକୁ ଇଣ୍ଡିଆ ଗେଟ୍ ମେମୋରିଆଲରୁ ସେଠାକୁ ସ୍ଥାନାନ୍ତର କରାଯାଇଛି।  ଏହା ସ୍ୱତନ୍ତ୍ର ଭାବେ ଦେଶର ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବାରୁ ଅମର ଯବାନ ଜ୍ୟୋତିକୁ ମଧ୍ୟ ଏହା ସହ ବିଲୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି କୁହାଯାଇଛି।