ଢିଙ୍କିଆ ଘଟଣାର ଅନୁସନ୍ଧାନ କରିବ କଂଗ୍ରେସର ଅନୁଧ୍ୟାନ କମିଟି

ଢିଙ୍କିଆ ଘଟଣାର ଅନୁସନ୍ଧାନ କରିବ କଂଗ୍ରେସର ଅନୁଧ୍ୟାନ କମିଟି

ଢିଙ୍କିଆ ଘଟଣାର ଅନୁସନ୍ଧାନ କରିବ କଂଗ୍ରେସର ଅନୁଧ୍ୟାନ କମିଟି

ଭୁବନେଶ୍ୱର- ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନେ୍ଦାଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଛି । ବହୁ ଲୋକଙ୍କୁ ଗିରଫ କରିଛି ଏବଂ ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣାର ଅନୁସନ୍ଧାନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।

 

ଏହି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ୟ୍ୟକାରୀ ସଭାପତି ଚିରଞ୍ଜିବ ବଶ୍ୱାଳ ଆବାହକ ଭାବରେ ରହିଛନ୍ତି। କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଡ. ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ, ଅରିନ୍ଦମ ସର୍ଖେଲ, ଗଣେଶ୍ୱର ବେହେରା, ଅଭିଷେକ ମହାନନ୍ଦ ଏବଂ ଅଂଶୁମାନ ମହାନ୍ତି ମଧ୍ୟ ଏହି କମିଟିରେ ରହିଛନ୍ତି । ଏହି କମିଟି ଖୁବଶୀଘ୍ର ଢ଼ିଙ୍କିଆ ଅଂଚଳ ଗସ୍ତକରି ଘଟଣାର ଅନୁଧ୍ୟାନ କରିବେ ଏବଂ ଦଳର ପରବର୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଦାଖଲ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ତତ୍ ସଂଗେସଂଗେ ଉକ୍ତ ଅଂଚଳରେ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ଉଦ୍ବୋଧନ ଦେବାପାଇଁ ଏହି କମିଟିକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।