ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା; କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ

ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା; କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ

ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା; କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ

ନୂଆଦିଲ୍ଳୀ: ମହିଳାଙ୍କୁ ଦିଆଯିବ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା। ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୪୦ ପ୍ରତିଶ ସଂରକ୍ଷଣ ବ୍ୟବସ୍ଥା କରାଯିବ। କଂଗ୍ରେସ ଉତ୍ତର ପ୍ରଦେଶରେ ସରକାରଙ୍କୁ ଆସିଲା ମହିଳାଙ୍କ ପାଇଁ ବିଶେଷ ଗୁରୁତ୍ବ ଦିଆଯିବ। ମହିଳାଙ୍କ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଆଜି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ କୁହାଯାଇଛି। ‘ଲଡ୍‌କି ହୁଁ ଲଢ଼ ସକ୍‌ତି ହୁଁ’ ସ୍ଳୋଗାନ୍‌ ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କଂଗ୍ରେସ ଆଜି ଘୋଷଣା ପତ୍ରରେ ମଧ୍ୟ ସମାନ କଥା ଦାବି କରାଯାଇଛି। ମହିଳା, ଯୁବତୀ ଓ ଛାତ୍ରୀଙ୍କ ବିକାଶ ପାଇଁ କଂଗ୍ରେସ ସ୍ବତନ୍ତ୍ର ଦୃଷ୍ଟି ଦେବ ବୋଲି କହିଛି। ବୃଦ୍ଧା ଓ ବିଧବାଙ୍କୁ ୧୦୦୦ ଟଙ୍କାର ମାସିକ ପେନ୍‌ସନ୍‌ ବ୍ୟବସ୍ଥା ରହିଥିବା ଘୋଷଣାପତ୍ରରେ ଉଲ୍ଳେଖ ରହିଛି। ଘୋଷଣାପତ୍ରକୁ କଂଗ୍ରେସର ଉତ୍ତରପ୍ରେଙଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍‌ଘାଟନ କରି କହିଛନ୍ତି।