ଲଲାଟ ମୋହନଙ୍କୁ ଧର୍ମପଦ ପୁରସ୍କାର
ଲଲାଟ ମୋହନଙ୍କୁ ଧର୍ମପଦ ପୁରସ୍କାର
ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଧର୍ମପଦ ପୁରସ୍କାର ପାଇଁ ଲଲାଟ ମୋହନ ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ଚିତ୍ରକଳା, ସ୍ଥାପତ୍ୟ କଳା ପାଇଁ ପାଇବେ ପୁରସ୍କାର । ଏହାସହ ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ସମ୍ବର୍ଦ୍ଧିତ ହେବେ । ୫ଚିତ୍ରଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥୀ, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା, ଦେବେନ୍ଦ୍ର ମିଶ୍ର ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଚିତ୍ରକଳା ଓ ସ୍ଥାପତ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏହା ସର୍ବୋଚ୍ଚ ସମ୍ମାନ । ଏହି ପୁରସ୍କାର ଓ ସମ୍ୱର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇ ଆସୁଛି । ତେବେ ଧର୍ମପଦ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ଓ ଶିଳ୍ପୀ ସମ୍ୱର୍ଦ୍ଧନା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।




admin 