ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଲାଗି ଗଛ ଦାନ କଲେ ମୁସଲିମ ଭକ୍ତ
ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଲାଗି ଗଛ ଦାନ କଲେ ମୁସଲିମ ଭକ୍ତ
ଖୋର୍ଦ୍ଧା: ଜଗତାର ନାଥ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ସବୁ ଧର୍ମରୁ ସେ ଊର୍ଦ୍ଧ୍ବର। ଦିନେ ସାଲବେଗ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ। ସେମିତି ଜଣେ ମୁସଲମି ଭକ୍ତ ଆଜି ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆମ ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ତାଙ୍କ ନିଦେ୍ର୍ଧଶ ବିନା ପତ୍ରଟିଏ ହଲିବା ସମ୍ଭବ ନୁହେଁ । ଆମେ ଜଗନ୍ନାଥ ଦେଶର ଲୋକ । ବାହାରକୁ ଗଲେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମକୁ ‘ଜଗନ୍ନାଥ ଦେଶର ଲୋକ’ ବୋଲି ଜାଣୁଛନ୍ତି । ଏଣୁ ଜଗନ୍ନାଥଙ୍କ ପାଇଁ ଗଛ କଣ, ଆବଶ୍ୟକ ପଡିଲେ ନିଜର ରକ୍ତ ଦେବାକୁ ପ୍ରସ୍ତୁତ ବୋଲି ଟାଙ୍ଗି ରେଞ୍ଜ ଅନ୍ତର୍ଗତ ନିରାକାରପୁର ଖୁରିପଡାର ସହଜଜୁଦ୍ଧୀନ ଖାଁ କହିଛନ୍ତି । ସେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାର ପାଇଁ ନିଜ ବାଡିରେ ଥିବା ଶିମୁଳି ଗଛ ଦାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ଯେତେବେଳେ ବନ ବିଭାଗର କର୍ମଚାର ତାଙ୍କୁ ଗଛ ପାଇଁ କହିଲେ ସେ ଖୁସିରେ ଏଥିପାଇଁ ରାଜି ହୋଇଯାଇଥିଲେ । କାଲି ବନବିଭାଗ କର୍ମଚାରୀ ଯାଇ ଗଛକୁ କାଟି ଆଣିଛନ୍ତି । ଏହାପରେ ସେ କହିଛନ୍ତି, ଯାହା ଏଠାରେ ଅଛି ସିବୁ ଜଗନ୍ନାଥଙ୍କର । ଏଣୁ ଆମେ କ’ଣ ଦେଇଛୁ, ତାଙ୍କର ଜିନିଷ ତାଙ୍କ ପାଇଁ ଲାଗିଛି ।




admin 