ରେଳ ଲାଇନ୍‌ ଉଡ଼ାଇ ଦେଲେ ମାଓବାଦୀ

ରେଳ ଲାଇନ୍‌ ଉଡ଼ାଇ ଦେଲେ ମାଓବାଦୀ

ରେଳ ଲାଇନ୍‌ ଉଡ଼ାଇ ଦେଲେ ମାଓବାଦୀ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଲୋଟାପାହଡ ଓ ସୋନୁଆ ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ଉଡାଇ ଦେଇଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଲୱେ ଲାଇନ ଉଡାଇଲେ ମାଓବାଦୀ। ଗତ ମଧ୍ୟରାତି ୨ଟାରେ ହାୱଡା ମୁମ୍ବାଇ ଅପ ଓ ଡାଉନ ରେଲୱେ ଲାଇନ ଉଡାଇ ଦେଇଛନ୍ତି। ଫଳରେ ହାୱଡା ମୁମ୍ବାଇ ରୁଟରେ ସାଢେ ୬ ଘଣ୍ଟା ରେଳ ଚଳାଚଳ ବ୍ୟାହତ ହୋଇଛି। ସକାଳ ସାଢେ ୬ଟାରୁ ତୃତୀୟ ଲାଇନରେ ରେଳ ଚଳାଚଳ ଆରମ୍ଭ ହୋଇଛି।

ରେଲୱେର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମରାମତି କାର୍ୟ୍ୟ ଆରମ୍ଭ ହୋଇଛି। ମାଓବାଦୀଙ୍କ ଭାରତ ବନ୍ଦ ଡାକରା ସମୟରେ ରେଳଲାଇନ ଉଡାଇଥିବା ସନ୍ଦେହ କରାଯାଉଛି। ଚକ୍ରଧରପୁର ରେଲୱେ ଡ଼ିଭିଜନର ସିନିଅର  ଡିସିଏମ୍  ଏହି ସୂଚନା ଦେଇଛନ୍ତି।