ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଜର୍ମାନୀରେ କ’ଣ କହିଲେ ମୋଦି, ଜାଣନ୍ତୁ

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଜର୍ମାନୀରେ କ’ଣ କହିଲେ ମୋଦି, ଜାଣନ୍ତୁ

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଜର୍ମାନୀରେ କ’ଣ କହିଲେ ମୋଦି, ଜାଣନ୍ତୁ

ବର୍ଲିନ: ରୁଷ ଓ ୟୁକ୍ରେନ ଯୁଦ୍ଧ କଥାକୁ ନେଇ ଜର୍ମାନୀରେ ମତ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କାହାର ବି ବିଜୟ ହେବନି। ସମସ୍ତେ କେବଳ ସବୁ କିଛି ହରାଇବେ। ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିବାଦର ସମାଧାନ ହୋଇ ପାରିବ। ଭାରତ ସବୁବେଳେ ଆଲୋଚନା ଓ ଶାନ୍ତି ସପକ୍ଷରେ ରହିଥିବା ଆଜି ମୋଦି କହିଛନ୍ତି। ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଯୁଦ୍ଧକୁ ନେଇ ମୋଦି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ମୋଦି କହିଛନ୍ତି, ଭାରତ ନିୟମିତ ଭାବେ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଜିଓ ପଲଟିକାଲ ଘଟଣା ବିଶ୍ୱର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି। ଏଥିସହ ବିଶ୍ୱର ସବୁ ରାଷ୍ଟ୍ର କେମିତି ଏହାକୁ ସମ୍ମଖୀନ କରୁଛନ୍ତି  ତା’ ମଧ୍ୟ ଦେଖିବାକୁ ରହିଛି। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହିଁ ଏକମାତ୍ର ବାଟ। ଏହି ଯୁଦ୍ଧରେ କୌଣସି ପକ୍ଷର ବି ବିଜୟ ହେବନି। ୟୁକ୍ରେନ ସଙ୍କଟ ଯୋଗୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଏହି ସ୍ଥିତି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ ଓ ବିଶ୍ୱକୁ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହେବାକୁ ପଡ଼ିବ। ଯୁଦ୍ଧ ଯୋଗୁ ତୈଳଦର ବଢ଼ୁଛି। ଦରବୃଦ୍ଧି ବିଶ୍ୱର ପ୍ରତିଟି ପରିବାରକୁ ପ୍ରଭାବିତ କରୁଛି ବୋଲି ମୋଦି କହିଛନ୍ତି।

ତେବେ ମୋଦି ସିଧାସଳଖ ରୁଷର ହମଲାକୁ ନିନ୍ଦା କରିନାହାନ୍ତି। କିନ୍ତୁ ତାଙ୍କ ଆଗରେ ଜର୍ମାନୀ ଚାନସେଲର ସ୍କୋଲ୍ଜ ଖୋଲାଖୋଲି ଭାବେ ରୁଷକୁ ତୀବ୍ର ଭର୍ତ୍ସନା କରିଛନ୍ତି। ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ମୌଳିକ ମୂଲବୋଧକୁ ବେଖାତିର କରିଛି। ଗୋଟିଏ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କେହି ପ୍ରଶ୍ନ କରିବା କଥା ନୁହେଁ। ଏକଥାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକମତ ହୋଇଛନ୍ତି। ଆମେ ଭବିଷ୍ୟତକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛୁ। କେହି କାହା ସହ ଯୁଦ୍ଧ କରି ନୁହେଁ ବରଂ ଆର୍ଥିକ ବିକାଶ ଦ୍ୱାରା ପରସ୍ପରର ବିକାଶର ସାଥୀ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।