ରୁଷ୍‌ର ୧୧ ହଜାରରୁ ଅଧିକ ସେନା ନିହତ: ୟୁକ୍ରେନ୍

ରୁଷ୍‌ର ୧୧ ହଜାରରୁ ଅଧିକ ସେନା ନିହତ: ୟୁକ୍ରେନ୍

ରୁଷ୍‌ର ୧୧ ହଜାରରୁ ଅଧିକ ସେନା ନିହତ: ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ  ୧୧ ଦିନରେ ପହଞ୍ଚିଛି। ଯୁଦ୍ଧରେ ଏଯାଏଁ ୧୧ ହଜାରରୁ ଅଧିକ ରୁଷ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ଏଥିରେ ୪୪ଟି ଫାଇଟର୍ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇଥିବା କୁହାଯାଇଛି। ସେହିଭଳି ରୁଷର ୨୮୫ଟି ଟ୍ୟାଙ୍କ ଧ୍ୱଂସ କରିଦେଇଥିବା ୟୁକ୍ରେନ୍‌ ଦାବି କରିଛି।  ଏହାରି ଭିତରେ ଅନେକ ୟୁକ୍ରେନ୍ ଛାଡିସାରିଲେଣି । ଅନ୍ୟପଟେ ୟୁକ୍ରେନ ସର୍ତ୍ତ  ମାନିଲେ ଯୁଦ୍ଧ ବନ୍ଦ ହେବ ବୋଲି ରୁଷ କହିଛି । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ପରେ ଏହି ଦାବି କରାଯାଇଛି। ଆଜି ତୁର୍କୀ ରାଷ୍ଟ୍ରପତି ଏରଡୋଗନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ।

ରୁଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ ନାଟୋରେ ଯୋଗଦେବା ଉଚିତ୍ ନୁହେଁ। ରୁଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ, କିନ୍ତୁ  ନାଟୋରେ ଯୋଗଦେବା ଉଚିତ ନୁହେଁ। ରୁଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ତେବେ ୟୁକ୍ରେନ ରୁଷର କଥା ମାନିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ପୁଟିନ ଏରଡୋଗନକୁ କହିଥିବା ନେଇ ଚର୍ଚ୍ଚା ହେଉଛି।