କପିଲଙ୍କୁ ଟପିଲେ ଅଶ୍ବିନ

କପିଲଙ୍କୁ ଟପିଲେ ଅଶ୍ବିନ

କପିଲଙ୍କୁ ଟପିଲେ ଅଶ୍ବିନ

ମୋହାଲି: ଟିମ୍ ଇଣ୍ଡିଆର ଷ୍ଟାର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ କିମ୍ବଦନ୍ତି ବୋଲର କପିଲ ଦେବଙ୍କୁ ଅତିକ୍ରମ କରିଛନ୍ତି। ଏହା ଦ୍ବାରା ଦେସ ଟେଷ୍ଟ କ୍ରିକେଟରେ ଆଉଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଭାରତର ଦ୍ୱିତୀୟ ସଫଳ ବୋଲର ହୋଇଛନ୍ତି। ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚରିଥ ଅସଲଙ୍କାଙ୍କୁ ଆଉଟ୍ କରି ଅଶ୍ୱିନ୍ ଏହି ସଫଳତା ଅର୍ଜନ କରିଛନ୍ତି।

ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ ୧୩୪ ଟେଷ୍ଟ ମ୍ୟାଚ୍ ଖେଳି ୪୩୪ ୱିକେଟ୍ ନେଇଛନ୍ତି। ତେବେ ଅଶ୍ୱିନ୍ ମାତ୍ର ୮୫ ଟେଷ୍ଟରେ ୪୩୬ ୱିକେଟ୍ ନେଇ କପିଲଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କପିଲ୍ ସନ୍ନ୍ୟାସ ନେଲା ବେଳେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହରାଇଥିଲେ। କିନ୍ତୁ ଧିରେ ଧିରେ କପିଲଙ୍କ ରେକର୍ଡ ଭାଙ୍ଗିବାରେ ଲାଗିଥିଲା। ଏବେ ଅଶ୍ୱିନ୍ ମଧ୍ୟ ଏହି ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ଅଶ୍ୱିନ୍ ଏବେ ଦୁନିଆର ନବମ ସଫଳ ଟେଷ୍ଟ ବୋଲର ହୋଇଛନ୍ତି। ଏବେ ତାଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ସ୍ପିଡଷ୍ଟର୍ ଡେଲ୍ ଷ୍ଟେନ୍ ରହିଛନ୍ତି, ଯିଏ ୯୩ ଟେଷ୍ଟରେ ୪୩୯ ୱିକେଟ୍ ନେଇଛନ୍ତି। ଷ୍ଟେନଙ୍କ ରେକର୍ଡ କାଟିବାକୁ ଅଶ୍ୱିନଙ୍କୁ ଆଉ ୪ ୱିକେଟ୍ ଆବଶ୍ୟକ ହେଉଛି। ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍ ରେକର୍ଡ ଭାଙ୍ଗିପାରନ୍ତି। ଟପ୍-୭ରେ ଥିବା ସବୁ ବୋଲର ୫୦୦ରୁ ଅଧିକ ୱିକେଟ୍ ନେଇଛନ୍ତି। ଅନୀଲ କୁମ୍ବଲେ ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର। ସେ ୧୩୨ ଟେଷ୍ଟରେ ୬୧୯ ୱିକେଟ୍ ଅକ୍ତିଆର କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନଙ୍କ ନାଁରେ ରହିଛି। ମୁରଲୀ ୧୩୩ ଟେଷ୍ଟରେ ୮୦୦ ୱିକେଟ ନେଇଛନ୍ତି।