ରୁଷକୁ ଆମେରିକା ବାୟୁସେନା ମନା
ରୁଷକୁ ଆମେରିକା ବାୟୁସେନା ମନା
ୱାଶିଂଟନ: ଋଷ-ୟୁକ୍ରେନ ମଧ୍ୟରେ ଜରି ରହିଛି ଭୟଙ୍କ ଯୁଦ୍ଧ। ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି। ଏଭଳି ସ୍ଥିତିରେ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏସବୁ ଭିତରେ ଆକେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଷ୍ଟେଟ ଅଫ ଦ ୟୁନିଅନର ଅଭିଭାଷଣ ସମୟରେ ବାଇଡେନ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି । ତେବେ ୟୁକ୍ରେନ ସଙ୍କଟକୁ ଦୃଷ୍ଟିରେ ରଖି ବାଇଡେନ ରୁଷିଆ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହିକ୍ରମରେ ରୁଷିଆ ପାଇଁ ନିଜର ବାୟୁସୀମା ବନ୍ଦ କରିଛି ଆମେରିକା। ଆମେରିକା ୟୁକ୍ରେନ ଲୋକଙ୍କ ସହିତ ଛିଡା ହୋଇଛି ।
ଜୋ ବାଇଡେନ କହିଛନ୍ତି, ଋଷ ସାରା ଦୁନିଆର ମୂଳଦୁଆକୁ ହଲାଇବାକୁ ଚେଷ୍ଟା କରିଛି । ଯୁଦ୍ଧ କ୍ଷେତ୍ରରେ ପୁଟିନଙ୍କର ଏକ ସୁବିଧା ଥାଇପାରେ, କିନ୍ତୁ ଏଥିପାଇଁ ବହୁମୂଲ୍ୟ ହରାଇବାକୁ ପଡିବ । ଆମେ ଋଷ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଉଛୁ । କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି ।
ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ଋଷ ଭାବିଥିଲା ଯେ ଆମେ ୟୁକ୍ରେନକୁ ପଦଦଳିତ କରିବୁ, କିନ୍ତୁ ୟୁକ୍ରେନର ଲୋକମାନେ ଋଷକୁ ଏକ ଦୃଢ ଜବାବ ଦେଇଛନ୍ତି । ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି ।
ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ପକ୍ଷରୁ ଋଷିଆ ବିରୋଧରେ ସମସ୍ତ ପ୍ରକାର କଟକଣା ଲାଗୁ କରାଯାଇଛି ସତ କିନ୍ତୁ ସେ ନିଜେ ଏହି ଯୁଦ୍ଧରେ ଭାଗ ନେବ ନାହିଁ । ଆମେରିକୀୟ ସୈନ୍ୟମାନେ ଋଷିଆ ବିରୋଧରେ ଯୁଦ୍ଧ କରିବେ ନାହିଁ ବୋଲି ସେ ସିଧାସଳଖ ମନା କରିଦେଇଛନ୍ତି ।




admin 