ରିଆଙ୍କୁ ଆଶ୍ବସ୍ତି ମିଳିଲା...
ରିଆଙ୍କୁ ଆଶ୍ବସ୍ତି ମିଳିଲା...
ମୁମ୍ବାଇ: ବଲିଉଡ ନାୟିକା ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ତି। ଡିଫ୍ରିଜ ହୋଇ ପଡ଼ିଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ପୁଣି ଚାଲିବ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ରିଆଙ୍କୁ ଏଭଳି ଆଶ୍ବସ୍ତି ମିଳିଛି। ମୁମ୍ବାଇ ସ୍ପେଶାଲ ଏନ୍ଡିପିସି କୋର୍ଟ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମାମଲାରେ ଫସିଥିଲେ ରିଆ। ପରେ ଡ୍ରଗ୍ସ ମାମଲା ବି ଯୋଡ଼ି ହୋଇଯାଇଥିଲା। ସେବେଠାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିଲା। ନିକଟରେ ରିଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ଡିଫ୍ରିଜ କରିବା ପାଇଁ କୋର୍ଟର ଏକ ଆବେଦନ କରିଥିଲେ। ଏହି ଆବେଦନ ଅନୁଯାୟୀ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ୱତନ୍ତ୍ର ଏନ୍ଡିପିସି କୋର୍ଟ ରିଆଙ୍କୁ ତାଙ୍କ ଲାପଟପ୍, ମୋବାଇଲ ଏବଂ ଅନ୍ୟ ଗ୍ୟାଜେଟଗୁଡିକ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।




admin 