ଆକାଶ ପାଠକଙ୍କୁ ଜେରା କରିବ ଇଡି
ଆକାଶ ପାଠକଙ୍କୁ ଜେରା କରିବ ଇଡି
ଭୁବନେଶ୍ବର: ଆଜି ଜେଲରେ ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ଇଡିର ୩ ଜଣିଆ ଟିମ୍ ଆକାଶଙ୍କୁ ଜେରା କରିବା ନେଇ ଜଣାପଡିଛି ।
ଟାଟା ମୋଟର୍ସର ଏମଡି ପରିଚୟ ଦେଇ ବହୁ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଠକିଥିଲେ ଆକାଶ । ଏନେଇ ଅଭିଯୋଗ ପରେ ଗିରଫ ହୋଇ ଜେଲରେ ଅଛନ୍ତି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ତାଙ୍କ ବାପା ଅଭୟକାନ୍ତ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ।
ଆଜି ଇଡି ଜେଲରେ ଆକାଶଙ୍କୁ ଜେରା କରିବ । ତେବେ ପାଖାପାଖି ଏକ ବର୍ଷ ହେବ ଆକାଶ ଜେଲରେ ଅଛନ୍ତି । କ୍ରାଇମବ୍ରାଞ୍ଚ ତାଙ୍କୁ ଅର୍ଥ ହେରଫେର୍ ମାମଲାରେ ଗିରଫ କରିଥିଲା । ହାଇକୋର୍ଟ ଆକାଶଙ୍କୁ ଜାମିନ ଦେଇଥିଲେ ମଧ୍ୟ ସେ ଏବେ ବି ଜେଲରୁ ମୁକୁଳି ପାରିନାହାନ୍ତି । ତାଙ୍କ ନାମରେ ଅନ୍ୟାନ୍ୟ ମାମଲା ବିଚାରଧୀନ ଥିବାରୁ ଜେଲରେ ଅଛନ୍ତି ଆକାଶ ।




admin 