ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ଡ୍ରାଇଭର

ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ଡ୍ରାଇଭର

ଭୁବନେଶ୍ୱର:  ରାଜଧାନୀର ରାଜରାସ୍ତାକୁ ପୁଣି ଓହ୍ଲାଇଲେ ଡ୍ରାଇଭର ସଂଘ  । ୮ଟି ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ  । ୩୦ ଜିଲ୍ଲାର ଗାଡି ଚାଳକମାନେ ରାଜଧାନୀରେ ବିଶାଳ ସମାବେଶ କରୁଛନ୍ତି । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିବା ଦେଖିବାବୁ ମିଳିଛି  । ସୂଚନା ମୁତାବକ, ପୂର୍ବରୁୁ ଡ୍ରାଇଭର ଆସୋସିଏସନ୍ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ପଦଯାତ୍ରା କରିଥିଲା  ।

ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ  । ପଂଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି କୁହାଯାଇଥିଲା  । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନେ୍ଦାଳକୁ ଓହ୍ଲାଇଛି ସଂଘ  । ଦୁର୍ଘଟଣାରେ ମୃତୁ୍ୟବରଣ କଲେ ଗାଡି ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା, ୮ ଘଂଟା କାର୍ଯ୍ୟ କରିବା, ୧୦୦ କିଲୋମିଟର ମଧ୍ୟରେ ବସ ପାର୍କିଂ ପାଇଁ ବ୍ୟବସ୍ଥା ଆଦି ସେମାନଙ୍କର ଦାବି ରହିଛି  ।