ରାଲି ପରେ କେଜ୍ରିୱାଲ ପଜିଟିଭ

ରାଲି ପରେ କେଜ୍ରିୱାଲ ପଜିଟିଭ

ରାଲି ପରେ କେଜ୍ରିୱାଲ ପଜିଟିଭ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଲେ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ବୋଲି ସୂଚନାରୁ ଜଣାପଡିଛି । ସେଥିପାଇଁ ସେ ଏବେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତ । କରୋନାର ନୂଆ ଭାରିଆଣ୍ଟ ଓମାଇକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାବେଳେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଦିଲ୍ଲୀରେ କରୋନାର ସ୍ଥିତି ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟା ବଢିଚାଲିଛି । ଦିଲ୍ଲୀରେ କେଜ୍ରିୱାଲ ସରକାର କଟକଣା ଜାରି କରିଥିଲେ ବି କଟକଣାକୁ ମାନୁନାହାନ୍ତି ଲୋକେ । ସେପଟେ ନିର୍ବାଚନି ପ୍ରଚାର ଜୋରଦାର ଚାଲିଛି । କେଜ୍ରିୱାଲ କରୋନା ପଜିଟିଭ୍ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହ ତାଙ୍କ ସଂସ୍ପର୍ସରେ ଆସିଥିବା ଲୋକେ କରୋନା ଟେଷ୍ଟ କରେଇନେବା ପାଇଁ ଓ ଆଇସୋଲେସନରେ ରହିବା ପାଇଁ କହିଛନ୍ତି । କେଜ୍ରିୱାଲ ଲଗାତାର ନିର୍ବାଚନୀ ପ୍ରଚାର, ରାଲି ଚଳାଇଥିଲେ, ଗତକାଲି ବି ସେ ବିଶାଳ ରାଲି କରିଥିଲେ। ୫ ଦିନ ହେବ ସେ ନିର୍ବାଚନ ପ୍ରଚାର ଚଳାଇଥିଲେ। ରାଲିରେ ଯୋଗ ଦେବାବେଳେ ଅନେକ ସମୟରେ ସେ ମାସ୍କ ବି ପିନ୍ଧୁ ନଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ସୁପର ସ୍ପ୍ରେଡର ହେବା ଆଶଙ୍କା ରହିଛି ।