କରୋନା: ଦିନକରେ ୩୭ହଜାର ୩୭୯ ସଂକ୍ରମିତ, ୧୨୪ ମୃତ

କରୋନା: ଦିନକରେ ୩୭ହଜାର ୩୭୯ ସଂକ୍ରମିତ, ୧୨୪ ମୃତ

କରୋନା: ଦିନକରେ ୩୭ହଜାର ୩୭୯ ସଂକ୍ରମିତ, ୧୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ ।  ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି  । ଆଜି ଦେଶରେ ୩୭ହଜାର ୩୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨୪ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୨ହଜାର ୧୭କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୮ ପ୍ରତିଶତ ରହିଛି ।

 
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୧,୭୧,୮୩୦ ରେ ପହଂଚିଛି  । ଅନ୍ୟପଟେ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲଇଛି। ଦେଶରେ ୧୪୬ କୋଟି ଲୋକଙ୍କୁ ଟିକା ଦିଆସରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛନ୍ତି  । ସେହିଭଳି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧି ପାଇଥିବା ବେଳେ ୭୬୬ ଜଣ ସୁସ୍ଥ ହୋଇଛନ୍ତି  ।