ପୌରରେ ବି ବଦଳିବ ସଂରକ୍ଷଣ

ପୌରରେ ବି ବଦଳିବ ସଂରକ୍ଷଣ

ପୌରରେ ବି ବଦଳିବ ସଂରକ୍ଷଣ
ଭୁବନେଶ୍ୱର: ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ବଦଳିବ ସଂରକ୍ଷଣ ତାଲିକା। ଏଥର ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ।ତେଣୁ ନୂତନ ସୀମା ନିର୍ଧାରଣ ଓ ସାନି ସଂରକ୍ଷn ତାଲିକା ପ୍ରସ୍ତୁତ ହେବ। ପାଖେଇ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏଥିପାଇଁ ସବୁ ମୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ପୌର ନିଦେ୍ର୍ଧଶକ ଚିଠି ଲେଖିଛନ୍ତି । ୨୦୨୧ ଜନଗଣନା ଅନୁସାରେ, ୩ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ। ଏଥର ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ । ସେଥିପାଇଁ ପୂର୍ଵରୁ ଜାରି ସଂରକ୍ଷଣ ତାଲିକା ବଦଳିବ। ମ୍ୟୁନିସିପାଲିଟି, ଏନଏସି ପାଇଁ ଚିଠା ତାଲିକା ଉପରେ ଜାନୁଆରୀ ୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି । ତା ଉପରେ ୨୮ ତାରିଖ ଯାଏଁ ଅଭିଯୋଗ କରିହେବ, ତେବେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ମହାନଗର ନିଗମ ପାଇଁ ଜାନୁୟାରୀ ୭ସୁଦ୍ଧା ଚିଠା ତାଲିକା ପ୍ରକାଶ ପାଇବ ।