ରାଜ୍ୟ କଂଗ୍ରେସ ପାଇଁ ବଡ଼ ଖବର ଆସିପାରେ

ରାଜ୍ୟ କଂଗ୍ରେସ ପାଇଁ ବଡ଼ ଖବର ଆସିପାରେ

ରାଜ୍ୟ କଂଗ୍ରେସ ପାଇଁ ବଡ଼ ଖବର ଆସିପାରେ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦୀର୍ଘଦିନର ଛକାପଞ୍ଝାରେ ଟଣାଯିବ ପୂର୍ଣ୍ଣଛେଦ । ଆଜି ଆସିପାରେ ରାଜ୍ୟ କଂଗ୍ରେସ ପାଇଁ ବଡ଼ ଖବର । ଏମିତି ଚର୍ଚ୍ଚା ଘୂରି ବୁଲୁଛି ରାଜ୍ୟ କଂଗ୍ରେସ ନେତାଙ୍କ କ୍ୟାମ୍ପରେ । ଯାହା ଖବର ମିଳୁଛି, ସମ୍ଭବତଃ ଆଜି ହିଁ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଘୋଷଣା ହୋଇପାରନ୍ତି । ନୂଆ ପିସିସି ସଭାପତି କିଏ ହେବ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଶରତ ପଟ୍ଟନାୟକଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଛି । ଶରତ ପିସିସି ସଭାପତି ହେବା ସମ୍ଭାବନା ଅଧିକ ବୋଲି ବରିଷ୍ଠ କଂଗ୍ରେସ ନେତାଙ୍କ ସୂତ୍ରରୁ ଖବର ମିଳିଛି । ସେହିପରି କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଭକ୍ତ କିମ୍ବା ଶରତଙ୍କୁ ମଧ୍ୟରୁ ହିଁ ଜଣଙ୍କୁ କଂଗ୍ରେସ ହାଇକମାଣ୍ଡ ରାଜ୍ୟ କଂଗ୍ରେସର ନେତୃତ୍ୱ ଦେଇପାରନ୍ତି । ଏହାବାଦ୍  ଆଶାୟୀ ତାଲିକାରେ ବିଧାୟକ ମହମ୍ମଦ ମୋକିମ, ତାରାପ୍ରସାଦ ବାହିନୀପତିଙ୍କ ନାଁ ବି ଢେର ଚର୍ଚ୍ଚାରେ ରହିଛି । ରାଜ୍ୟ କଂଗ୍ରେସକୁ ନୂଆ ରୂପ ଓ ନୂଆ ଉତ୍ସାହ ଭରିବା ପାଇଁ ଚିନ୍ତନ ଶିବିରରେ ଆଲୋଚନା ହୋଇଛି । ଖୋଦ୍ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଏ ସଂକ୍ରାନ୍ତରେ ରାଜ୍ୟ ନେତା ଏବଂ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ପ୍ରିୟଙ୍କା ଓଡ଼ିଶା ଗସ୍ତ କରିବେ ବୋଲି ଜଣାପଡ଼ିଛି ।