ଲାଲୁଙ୍କ ୧୭ ଠିକଣାରେ ସିବିଆଇ ପଶିଲା

ଲାଲୁଙ୍କ ୧୭ ଠିକଣାରେ ସିବିଆଇ ପଶିଲା

ଲାଲୁଙ୍କ ୧୭ ଠିକଣାରେ ସିବିଆଇ ପଶିଲା


ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଛି । ପୁଣି ଗୋଡ଼ାଇଛି ସିବିଆଇ । ଲାଲୁ, ତାଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ ଏବଂ ଝିଅ ମିସା ଭାରତୀଙ୍କର ୧୭ଟି ଘର ଉପରେ ଆଜି ସକାଳୁ ଚଢ଼ାଉ କରିଛି ସିବିଆଇ । ପାଟଣା, ଗୋପାଳଗଞ୍ଜ ଓ ଦିଲ୍ଲୀସ୍ଥିତ ଲାଲୁ ପରିବାରଙ୍କ ବିଭିନ୍ନ ଘର ଓ ଦପ୍ତରରେ ସିବିଆଇ ତନାଘନା ଚଳାଇଛି । ଏପଟେ ସିବିଆଇର ଏ ଚଢ଼ାଉ ପଛରେ ବିଜେପିର ରାଜନୀତି ଥିବା ଅଭିଯୋଗ କରି ପାଟଣାରେ ଆରଜେଡି କର୍ମୀମାନେ ଧାରଣା ଦେଇଛନ୍ତି ।

 ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ଚଢ଼ାଉ ହୋଇଛି।