ରାଜ୍ୟବ୍ୟାପୀ କଂଗ୍ରେସ ବନ୍ଦ ପ୍ରଭାବ

ରାଜ୍ୟବ୍ୟାପୀ କଂଗ୍ରେସ ବନ୍ଦ ପ୍ରଭାବ

ରାଜ୍ୟବ୍ୟାପୀ କଂଗ୍ରେସ ବନ୍ଦ ପ୍ରଭାବ
ଭୁବନେଶ୍ବର: ଆଜି ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ କଂଗ୍ରେସର ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ମମିତାଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ଏହା ୧୨ଟା ପର୍ୟ୍ୟନ୍ତ ଜାରି ରହିବ । ତେବେ ପ୍ରତିବାଦ ଶାନ୍ତିପୂର୍ଣ୍ଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏନେଇ ଜରୁରୀକାଳୀନ ସେବା ବ୍ୟତିତ ମୋଟରଯାନ ଓ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯାତାୟତ କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଟକ, ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ପ୍ରଭାବ ପଡିଛି। କଟକରେ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସକାଳୁ ବାଇକ ରାଲି କରିଥିଲେ। ବନ୍ଦ ପାଳନରେ ସହଯୋଗ ପାଇଁ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲେ। ଭୁବନେଶ୍ୱରରେ ଦଳର ସବୁ ବରିଷ୍ଠ ନେତା ବନ୍ଦ ନେତୃତ୍ୱ ଧରିଥିଲେ । ବଲାଙ୍ଗୀର, କଳାହାଣ୍ଡିରେ ବନ୍ଦ ପ୍ରଭାବ ଜୋରଦାର ଥିଲା।