ରାଜଧାନୀର ବିଭିନ୍ନ ପାର୍କରେ ବର୍ଷାଜଳ ସଂରକ୍ଷଣ କାର୍ଯ୍ୟ ଆରମ୍ଭ

ରାଜଧାନୀର ବିଭିନ୍ନ ପାର୍କରେ ବର୍ଷାଜଳ ସଂରକ୍ଷଣ କାର୍ଯ୍ୟ ଆରମ୍ଭ

ରାଜଧାନୀର ବିଭିନ୍ନ ପାର୍କରେ ବର୍ଷାଜଳ ସଂରକ୍ଷଣ କାର୍ଯ୍ୟ ଆରମ୍ଭ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପାର୍କରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କରୋନା ସଙ୍କଟରେ ନିଜର ଜୀବିକା ହରାଇଥିବା ନିର୍ମାଣ ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ରୋଜଗାର ସୁନିଶ୍ଚିତ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ଜୀବନ ଜୀବିକାକୁ ପୁନଃଅବସ୍ଥାପିତ କରାଇବା ନିମନ୍ତେ ଅର୍ବାନ ୱେଜ ଏମ୍ପଲୟମେଣ୍ଟ ଇନିସିଏଟିଭ ଯୋଜନା ଅଧୀନରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି ।