ରାଜଧାନୀରେ ସକାଳ ୮ଟାରୁ ୪ଟା ଯାଏ ଜଳଯୋଗାଣ ବନ୍ଦ
ରାଜଧାନୀରେ ସକାଳ ୮ଟାରୁ ୪ଟା ଯାଏ ଜଳଯୋଗାଣ ବନ୍ଦ
ଭୁବନେଶ୍ବର: ଶୁକ୍ରବାର ୮ଘଣ୍ଟା ପାଇଁ ରାଜଧାନୀରେ ଜଳ ଯୋଗାଣ ବନ୍ଦ ରହିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ । ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେଣୁ ଆଗୁଆ ଜଳ ସଂରକ୍ଷିତ ରଖିବା ପାଇଁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି ।
ୱାର୍ଟର କର୍ପୋରେସନ ଅଫ୍ ଓଡିଶା ଲିମିଟେଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପଳାଶୁଣୀ ନିକଟରେ ଜଳଯୋଗାଣ ପାଇପ୍ ଳାଇନ୍ ମରାମତି ହେବାକୁ ଥିବାରୁ ସକାଳ ସହର ଭିତରକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରଖିବକୁ ନିଷ୍ପତ୍ତି ନିଆଯାଇଛି । ଜଳଯୋଗାଣ ବନ୍ଦ ରହୁଥିବାରୁ ଲୋକମାନଙ୍କୁ ସମସ୍ୟା ଭୋଗିବାକୁ ପଡ଼ିପାରେ । ନିତ୍ୟ ବ୍ୟବହାର୍ୟ୍ୟ ପାଇଁ ଆଗୁଆ ପାଣି ସଜ ରଖିବାକୁ କୁହାଯାଇଛି । ରାଜଧାନାବାସୀଙ୍କୁ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛି ୱାଟକୋ ।ୟୁନିଟ-୯, ଖାରବେଳ ନଗର, ସୈନିକ ସ୍କୁଲ, ବ୍ରିଟ କଲୋନି, ଚିନ୍ତାମଣୀଶ୍ବର, ଲକ୍ଷ୍ମୀସାଗର,ବମିଖାଲ, ଶହୀଦ ନଗର, ଭିଏସଏସ ନଗର ଓ ଏହାର ଆଖପାଖି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ପାଇପ ଲାଇନ କାମ ପରେ ପୁଣି ଜଳ ଯୋଗାଣ ସ୍ବଭାବିକ ହେବ ।