୨୦୦ ଚୀନୀ ସେନାଙ୍କୁ ଅଟକାଇଲେ ଭାରତୀୟ ଯବାନ
୨୦୦ ଚୀନୀ ସେନାଙ୍କୁ ଅଟକାଇଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ । କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା । ଏଥିରେ କେହି ମୃତାହତ ଆହାତ ହୋଇନଥିବା ସୂଚନା ମିଳିଛି ।