ପେଟ୍ରୋଲ୍‌-ଡିଜେଲ୍‌ ଦର ବେଲଗାମ

ପେଟ୍ରୋଲ୍‌-ଡିଜେଲ୍‌ ଦର ବେଲଗାମ

ପେଟ୍ରୋଲ୍‌-ଡିଜେଲ୍‌ ଦର ବେଲଗାମ

ନୂଆଦିଲ୍ଲୀ: ତୈଳ ଦର ଏବେ ବେଲଗାମ ହୋଇଛି। ଦେଶରେ ପୁଣି ବଢିଛି ପେଟ୍ରୋଲ-ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବଢାଇଛନ୍ତି ତୈଳ କମ୍ପାନୀ । ଯାହାପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୦୩.୫୪ ଟଙ୍କା ଓ ଡିଜେଲ ୯୧.୭୭ ଟଙ୍କାରେ ପହଞ୍ଚିଛି । ଅକ୍ଟୋବର ଆରମ୍ଭରୁ ମାତ୍ର ଗୋଟିଏ ଦିନ ବ୍ୟତୀତ ବାକି ସବୁ ଦିନ ତୈଳ ଦର ବୃଦ୍ଧି ପାଇଛି ।

ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୯.୫୪ ଏବଂ ଡିଜେଲ ୯୯.୯୨ ଟଙ୍କା ରହିଛି । ଅର୍ଥାତ୍ ସେହିପରି କୋଲକାତାରେ ପେଟ୍ରୋଲ-ଡିଜେଲ ରେଟ୍ ଯଥାକ୍ରମେ ୧୦୪.୨୩ ଟଙ୍କା ଏବଂ ୯୫.୨୩ ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ଏହି ରେଟ୍ ୧୦୧.୦୧ ଟଙ୍କା ଏବଂ ୯୬ ଟଙ୍କା ରହିଛି ।ଗତ ୧୧ ଦିନର ଦର ବୃଦ୍ଧିକୁ ବିଚାରକୁ ନେଲେ ପେଟ୍ରୋଲ ଲିଟର ପିଛା ମୋଟ ୨.୩୫ ଟଙ୍କା ମହଙ୍ଗା ହୋଇଛି । ଗତ ମଙ୍ଗଳବାର ଠାରୁ ତୈଳ ଦର ବେଲାଗାମ୍ ରହିଛି । ଏହାରି ଭିତରେ ଅଶୋଧିତ ତୈଳ ରେଟ୍ ୮୨ ଡଲାର ପାର୍ କରିଛି । ଯେଉଁ କାରଣରୁ ସବୁ ପେଟ୍ରୋଲିୟମ ଉତ୍ପାଦ ମହଙ୍ଗା ହେବାରେ ଲାଗିଛି । ସେହିପରି ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ବୃଦ୍ଧି ପାଇଛି ।