ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପୁଣି ରାଜଧାନୀରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ଦ ଘରୁ ମିଳିଛି ମହିଳାଙ୍କ ସନ୍ଦେହଜନକ ମୃତଦେହ। ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ସ୍ଥିତ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମହିଳାଜଣକ ବେକରେ ଦଉଡ଼ି ଲଗାଇ ଝୁଲି ଯାଇଥିବାର ସୂଚନା ରହିଛି।
ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ତାଙ୍କର ବୟସ ୩୩ ବର୍ଷ। ରାତିରେ ସାମ୍ନା ଘରେ ଭୋଜି କରିବା ପରେ ପ୍ରଜ୍ଞା ପରମିତା ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ପ୍ରଜ୍ଞା ପରମିତା ଏଭଳି କାଣ୍ଡ କରିଥିବା କୁହାଯାଉଛି।