ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ଡାକିଲେନି

ରାଜଧାନୀ ପ୍ରତିଷ୍ଠା ଦିବସରେ ଅପରାଜିତାଙ୍କୁ ଡାକିଲେନି

ଭୁବନେଶ୍ୱର: ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଏହି ଅବସରରେ ରାଜଧାନୀରେ ବିଭିନ୍ନ କାର୍ୟ୍ୟକ୍ରମ ମାନ କରାଯାଉଛି । ତେବେ ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ନିମନ୍ତ୍ରଣ କରାଯାଇନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାରୀ କାର୍ୟ୍ୟକ୍ରମ ହୋଇଥିଲେ ବି ମୋ ନାମ ନିମନ୍ତ୍ରଣ କାର୍ଡରେ ନାହିଁ ।

ଏହା କେତେଦୂର ଯୁକ୍ତିସଙ୍ଗତ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସେ ଆହୁରି କହିଛନ୍ତି ଗତବର୍ଷ ମଧ୍ୟ ମଧ୍ୟ ତାଙ୍କୁ ପ୍ରତିଷ୍ଠା ଦିବସକୁ ଡକାଯାଇନଥିଲା । ଏହା ଭୁଲ ବୋଲି ମାନିଥିଲେ । କିନ୍ତୁ ଏ ବର୍ଷ ମଧ୍ୟ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଦୁଇ ଦୁଇଥର ଏଭଳି କରିବା ପଛରେ କାରଣ କ’ଣ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ଯେ ରାଜ୍ୟ ସରକାର ଭୁଲି ନ ଯିବା ଦରକାର ଯେ, ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ୟ୍ୟକ୍ରମ ନୁହେଁ । ଏହା ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କ ସମ୍ମାନ ଓ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।