ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ
ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ
ବରଗଡ଼ : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ପାଖରେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ତାଙ୍କ ଗଳା କାଟି ଅତି ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ମହମ୍ମଦ କାସିମ ଓ ସେ ଅତାବିରା ମୂଳବାସିନ୍ଦା ବୋଲି ସୂଚନା ଦିଆଯାଇଛି। ସେ ବରଗଡ଼ ସହରର ଗୋଟିଏ ଗ୍ୟାରେଜରେ କାମ କରନ୍ତି। ଗତକାଲି ରାତିରେ ଗ୍ୟାରେଜରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଇଛି। ହତ୍ୟାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ସକାଳେ ମୃତଦେହ ପଡ଼ିଥିବା ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ଜବତ କରି ବ୍ୟବାଚ୍ଛେଦ ପାଇଁ ପଠାଯାଇଛି।




admin 