ହୀରାକୁଦରେ ଖୋଲିଲା ଆଉ ଗୋଟିଏ ଗେଟ୍
ହୀରାକୁଦରେ ଖୋଲିଲା ଆଉ ଗୋଟିଏ ଗେଟ୍
ସମ୍ବଲପୁର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ବର୍ଷାର ମାତ୍ରା ବଢୁଥିବାରୁ ନଦୀରେ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ଅନ୍ୟପଟେ ଉବୁଟୁବୁ ହେଲାଣି ହୀରାକୁଦ ଡ୍ୟାମ। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ସମାନ ସ୍ତରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦରର ଆଉ ଗୋଟିଏ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି। ଜଳଭଣ୍ଡାରକୁ ୪୪ ହଜାର ୧୭୮ କୁ୍ୟସେକ ଜଳକ ପ୍ରବେଶ କରୁଥିବାବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ସେପ୍ଟେମ୍ବର ପହିଲା ଯାଏଁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡ୍ୟାମ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ବାରମ୍ବାର ଦୁଇଟି ଲଘୁଚାପ ଯୋଗୁଁ ବର୍ଷା ହେବା ଫଳରେ ଡ୍ୟାମର ସ୍ଥିତି ବଦଳି ଯାଇଛି । ଉପରମୁଣ୍ଡରେ ବର୍ଷା ହେବା ଫଳରେ ଏକାଥରକରେ ୨୬ଟି ଗେଟ୍ ଖୋଲିବାକୁ ପଡିଥିଲା । ହୀରାକୁଡ ଡ୍ୟାମର ଜଳସ୍ତର ଗତ କିଛଦିନ ହେଲା ୬୨୯ ଫୁଟ ରହିଆସୁଥିଲା । କିନ୍ତୁ ଗତକାଲି ଅପରାହ୍ନରେ ପ୍ରଥର ଥର ଲାଗି ଜଳସ୍ତର ସର୍ବୋଚ୍ଚ ସ୍ତର ଛୁଇଁଛି । ଏଥିପାଇଁ ରାଜ୍ୟରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି ।




admin 