ମୋବାଇଲ କିଣି ଦେଲେନି ବୋଲି କୀଟନାଶକ ପିଇଦେଲା ପୁଅ
ମୋବାଇଲ କିଣି ଦେଲେନି ବୋଲି କୀଟନାଶକ ପିଇଦେଲା ପୁଅ
ପାଟଣା : ମୋବାଇଲ କିଣିବା ପାଇଁ ମାଆ ଟଙ୍କା ନଦେବାରୁ କୀଟନାଶକ ପିଇ ଜୀବନ ହାରିଲା ପୁଅ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମହୁଲଡ଼ିହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ବିଶ୍ଵାମିତ୍ର ନାଏକ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ମହୁଲଡ଼ିହା ଗ୍ରାମର ବିଶ୍ଵାମିତ୍ର ନାଏକ ମୋବାଇଲ କିଣିବା ପାଇଁ ମାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ମା ଟଙ୍କା ନଦେବାରୁ ବିଶ୍ଵାମିତ୍ର କୀଟନାଶକ ପିଇ ଦେଇଥିଲେ। ଘର ଲୋକ ଏହା ଜାଣିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ବିଶ୍ଵାମିତ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




admin 