ମେଡିସିନ୍ ଖାଇଲାବେଳେ ଏହି କଥା ଧ୍ୟାନ ରଖନ୍ତୁ, ନଚେତ୍ ପସ୍ତେଇବେ
ମେଡିସିନ୍ ଖାଇଲାବେଳେ ଏହି କଥା ଧ୍ୟାନ ରଖନ୍ତୁ, ନଚେତ୍ ପସ୍ତେଇବେ
ଭୁବନେଶ୍ୱର: କରୋନା ମହାମାରୀ ଦେଶକୁ ଯେପରି ଭାବରେ ଗ୍ରାସ କରିଥିଲା ଲୋକେ ମେଡ଼ିସିନକୁ ଖାଦ୍ୟ ଖାଇବା ପରି ଖାଇବା ଆରମ୍ଭ କରିଦେଇଥିଲେ । ରୋଗ ଯେପରି ସାଙ୍ଗ ହୋଇଗଲାଣି । ସେ ସାଧାରଣ ଥଣ୍ଡା ଜ୍ୱର ହେଉ କି ମୁଣ୍ଡ ବିନ୍ଧା ମେଡ଼ିସିନ ଖାଇବାକୁ ବାଧ୍ୟ ହୋଇପଡ଼ୁଥିଲେ ଲୋକେ । ହେଲେ ଆପଣ ଖାଉଥିବା ମେଡ଼ିସିନକୁ ଠିକ ତରିକରେ ନଖାଇବା ଦ୍ୱାରା କେତେ ଟାଇମରେ ମେଡ଼ିସିନ କାମ ଦିଏନାହିଁ ତ କେତେବେଳେ ଓଲଟା ର୍ୟାକସନ କରିଥାଏ ।
ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ମଣିଷ କୌଣସି ଔଷଧ ଖାଇନଥାଏ ତେବେ ତାହା ରକ୍ତରେ ମିଶିବା ପରେ ନିଜର ପ୍ରଭାବ ଦେଖାଇଥାଏ । କୌଣସି ବି ଔଷଧକୁ ରକ୍ତରେ ମିଶିବା ପାଇଁ ପେଟ ଓ ଅନ୍ତନଳୀ ଦେଇ ଯିବାକୁ ପଡେ଼ । ଏହି ପୁରା ପ୍ରକ୍ରିୟାରେ କେତେ ସମୟ ଲାଗିବ ? ଏହା ସବୁ ଔଷଧ ନେବା ସମୟରେ ରୋଗୀର ବସିବା ଓ ଶୋଇବା ଉପରେ ନିର୍ଭର କରେ ।
ଅନୁସନ୍ଧାନକାରୀଙ୍କ ହିସାବରେ ଔଷଧ କେତେ ଶୀଘ୍ର ତାର ପ୍ରଭାବ ଦେଖାଇବ ଏହା ରୋଗୀର ବଡି ପୋଶ୍ଚର ଦାୟୀ । ଜନ୍ସ ହପକିଙ୍ଗ୍ସ ୟୁନିଭରସିଟିର ଅନୁସନ୍ଧାକାରୀଙ୍କ କହିବା କଥା ଯଦି ଆପଣ ଚାହୁଁଛନ୍ତି କିଔଷଧର ପ୍ରଭାବ ଶୀଘ୍ର ହେଉ ତେବେ ରୋଗୀକୁ ସିଧା ବସିବା ଅପେକ୍ଷା ଡାହାଣ କଡକୁ ମାଡି ତଳକୁ ନଇଁକି ବସିବା ଠିକ ହେବ ।
ଏହାକୁ ବୁଝାଇବା ପାଇଁ ଜଣେ ଅନୁସନ୍ଧାନକାରୀ ଏକ ମଣ୍ଡଳ ତିଆରି କଲେ । ଯାହା ପେଟର କମ୍ପୁଟର ମଣ୍ଡଳ କୁହାଯିବ । ମଣ୍ଡଳ ଦ୍ୱାରା ଏହା କୁହାଗଲା କି ଔଷଧ କେବେ ଓ କେମିତି ଅଧିକ କାମ କରେ । ଔଷଧକୁ ଯେତେବେଳେ ଡାହାଣ ଆଡକୁ ନଇଁକି ନିଆଯାଏ ତେବେ ତାହା ପେଟର ସିଧା ଭିତରକୁ ଯାଇଥାଏ ଓ ଅତିଶୀଘ୍ର ମିଶିଯାଇ ତାର ପ୍ରଭାବ ଦେଖାଇଥାଏ ।
ରିସର୍ଚ୍ଚ ସମୟରେ ସାମନାକୁ ଆସିଛି କି ବାମ ପଟକୁ ନଇଁକି ବସିବା ଦ୍ୱାରା ଶରୀରରେ ଔଷଧର ଅବଜର୍ଭେସନ କମ ହୋଇଥାଏ । ଏଥିପାଇଁ ଏହାର ପ୍ରଭାବ ବି ଧିରେ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବା କଥା କି ସିଧା ବସିବା ତୁଳନାରେ ବାମ ପଟକୁ ନଇଁକି ବସିବା ଦ୍ୱାରା ଔଷଧର ପ୍ରଭାବ ବା କାମ ୫ଗୁଣା ଯାଏଁ ଧିର ହୋଇୟାଏ । ଫଳରେ ତାହା ବେଳେ ବେଳେ କାମ କରିନଥାଏ ।




admin 