ଗଣେଶ ପୂଜାରେ ବିକ୍ରି ହେବନି ମାଂସ

ଗଣେଶ ପୂଜାରେ ବିକ୍ରି ହେବନି ମାଂସ

ଗଣେଶ ପୂଜାରେ ବିକ୍ରି ହେବନି ମାଂସ

ବେଙ୍ଗାଲୁର : ଗଣେଶ ପୂଜାରେ ମାଂସ ବିକ୍ରି ହୋଇପାରିବ ନାହିଁ  । ଯଦି କିଏ ବିକ୍ରି କରିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଲିସ ମଧ୍ୟ ଚଢ଼ାଉ କରିବ । ନିୟମ ଉଲ୍ଲଂଘନକାରୀଙ୍କ ଦୋକାନୀକୁ ସିଲ୍ ମଧ୍ୟ କରାଯିବ  । ବୃହତ ବେଙ୍ଗାଲୁରୁ ମହାନଗର ପାଲିକି ପକ୍ଷରୁ ଏଭଳି ନିଷେଧାଦେଶ ଜାରି କରାଯାଇଛି  । ଏନେଇ ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି  ।

ମୁମ୍ବାଇ ଭଳି ବେଙ୍ଗାଲୁରରେ ମଧ୍ୟ ଗଣେଶ ପୂଜା ବେଶ ଧୂମଧାମରେ ପାଳିତ ହୋଇଥାଏ । କିନ୍ତୁ ଏହି ଦିନ ମାଂସ ଦୋକାନ ଖୋଲା ଯାଇଥିବାରୁ ସ୍ଥାନେସ୍ଥାନେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥାଏ  ।  ପୂର୍ବରୁ ଅନେକ ବି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା  । ଏସବୁକୁ ଆଖିଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି । ବେଙ୍ଗାଲୁର ମହାନଗରନିଗମ ପକ୍ଷରୁ ଏଭଳି ନିଦେ୍ର୍ଧଶାନାମା ଜାରି ପରେ କେତେକ ମହଲରେ ଏହାକୁ ବିରୋଧ କରାଯାଇଛି  । କିନ୍ତୁ ଅନେକ ଏହାକୁ ସ୍ୱାଗତ କରିଛନ୍ତି  । ଅନ୍ୟ କେତେକ ମହାନଗର ନିଗମ ମଧ୍ୟ ଏଭଳି ବିଜ୍ଞପ୍ତି ଜାରି କରିବା ପାଇଁ ଚିନ୍ତା କରୁଛନ୍ତି  ।