ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ଜଗବନ୍ଧୁ

ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ଜଗବନ୍ଧୁ

ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ଜଗବନ୍ଧୁ

ଭୁବନେଶ୍ବର: ପତି ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ। ଏଥିପାଇଁ ଜିଲ୍ଲା କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅର୍ଚ୍ଚନା ଇଡି କାର୍ୟ୍ୟାଳୟକୁ ଫେରି ଯାଇଥିବା ବେଳେ ଆଜିଠାରୁ ଜଗବନ୍ଧୁ ଇଡ଼ିର ଖୁଆଡକୁ ଆସିବେ। ସେହିପରି ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ବେଆଇନ ଭାବେ ଅର୍ଥ କାରବାର କରୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ୫ ବର୍ଷର ପୁଅ ଓ ବାପା ସୁରେନ୍ଦ୍ର ନାଗ କୋର୍ଟଙ୍କ ଅନୁମତିକ୍ରମେ ଇଡି କାର୍ୟ୍ୟାଳୟରେ ଅର୍ଚ୍ଚନା‌ଙ୍କୁ ଭେଟିଛନ୍ତି। 

ଚଳିତ ମାସ ୬ ତାରିଖରୁ ଇଡି ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଥିଲା। ଇଡି ପକ୍ଷରୁ ତାଙ୍କୁ ୭ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। କିନ୍ତୁ ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ସେହିପରି  ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ହାଜର କରାଯାଇଥିଲା। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରପଡ଼ା ଜେଲରୁ କୋର୍ଟ ନିଆଯାଇଥିଲା। ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। କିନ୍ତୁ କୋର୍ଟ ତାଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଆଜି ଠାରୁ ସେ ଇଡି ହେପାଜତକୁ ଚାଲି ଯିବେ। ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଯିବା ପରେ ଦୁହିଁଙ୍କୁ ସାମନା ସାମନି କରି ପଚରା ଉଚରା କରିବ ଇଡି। ଫଳରେ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଅନେକ ଗୁମର ଖୋଲିବ ବୋଲି ଇଡି ଆଶା ପ୍ରକଟ କରୁଛି।