ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ
ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ
ଭୁବନେଶ୍ୱର: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନ ବୁ୍ୟରୋ ଅଫ ଏନର୍ଜି ଏଫିସିଏନସି ୧୯୯୧ ଡ଼ିସେମ୍ବର ୧୪ରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନର ଆୟୋଜନ କରିଆସୁଛି। ଜନତାଙ୍କୁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବୁଝାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଶକ୍ତି ଅପଚୟକୁ କମ୍ କରିବା, ଲୋକଙ୍କୁ ସେ ସମ୍ପର୍କିତ ସୂଚନା ପ୍ରଦାନ କରାଯିବା ଲାଗି ବିଭିନ୍ନ ପଦକ୍ଷେପ ପ୍ରଶାସନ ତରଫରୁ ମଧ୍ୟ ନିଆଯାଉଛି । ଜନସାଧାରଣ ସଚେତନ ନହେଲେ ଶକ୍ତି ଅପଚୟକୁ ରୋକିବା ଆଦୌ ସମ୍ଭବପର ନୁହେଁ ।