ମୁଣ୍ଡ ପିଟିଲେ ତାରା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ମୁଣ୍ଡ ପିଟିଲେ ତାରା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ମୁଣ୍ଡ ପିଟିଲେ ତାରା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାର ଅପରାହ୍ନ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିବା ସହ ହଟ୍ଟଗୋଳ କରିଛନ୍ତି । ଏହି ଅବସରରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟିଦେଇଥିଲେ । ତେବେ ଗୃହରେ ଏଭଳି ଅବସ୍ଥା ଦେଖି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହା ପୂର୍ବରୁ ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନବଦଳାଇଲେ ଆତ୍ମହତ୍ୟା କରିବାକୁ ତାରା ଧମକ ଦେଇଥିଲେ । ସ୍କୁଲ ବନ୍ଦ ନିଷ୍ପତ୍ତି ନବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି । ଏପରିକି ନିକ ବେକ କାଟିଦେବେ ବୋଲି ତାରା ଧମକ ଦେଇଥିଲେ । ପ୍ରକାଶ ଯେ, ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ସଦସ୍ୟମାନେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କ ଠାରେ ଦାବି କରିଥିଲେ । ଏପରିକି ସର୍ବଦଳୀୟ ବୈଠକକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଡାକିବାକୁ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ । ଉକ୍ତ ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ । ତେବେ ଏନେଇ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ତେବେ ଅପରାହ୍ନ ୩ଟା ପରେ ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ପୁଣି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ।