୫ ବର୍ଷରେ ଦ୍ୱିଗୁଣିତ ହେବ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା : ମୋଦି

୫ ବର୍ଷରେ ଦ୍ୱିଗୁଣିତ ହେବ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା : ମୋଦି

୫ ବର୍ଷରେ ଦ୍ୱିଗୁଣିତ ହେବ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା : ମୋଦି
ନୁୂଆଦିଲ୍ଲୀ : ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ପେଟ୍ରୋଲିୟମ ବିଶୋଧନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶନିବାର ନରେନ୍ଦ୍ର ମୋଦି ଏହି ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ଜୁନ ମାସରେ ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ତୈଳ ବିଶୋଧନ ଲକ୍ଷ୍ୟ ୪୫୦ରୁ ୫୦୦ ମିଲିୟନ ଟନ ରହିଥିଲା । ଜୁନ ମାସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତବ୍ୟ ଦେଇଥିଲେ । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଏହି ଲକ୍ଷ୍ୟ ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । କରୋନା କାରଣରୁ ଦୁର୍ବଳ ହୋଇ ପଡିଥିବା ଅର୍ଥନୈତିକ ବ୍ୟବସ୍ଥା ଏହା ଦ୍ୱାରା ପୁଣି ଥରେ ମୁଣ୍ଡ ଟେକିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି । ଦେଶର ତୈଳ ବିଶୋଧନ କ୍ଷମତା ବୃଦ୍ଧି କରିବା ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଛି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ତୈଳ ବିଶୋଧନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ପେଟ୍ରୋଲିୟମ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ପ୍ରକାଶ କରିଛନ୍ତି ମୋଦି । ସେହିପରି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାରକୁ ୪ ଗୁଣା ବୃଦ୍ଧି କରାଯିବ ବୋଲି ମୋଦି ପ୍ରକାଶ କରିଛନ୍ତି । ଦେଶରେ ବର୍ତ୍ତମାନ ସ୍ୱଚ୍ଛ ଇନ୍ଧନର ବ୍ୟବହାର ୬ ପ୍ରତିଶତ ରହିଛି । ୨୦୧୮ ସୁଦ୍ଧା ଦେଶରେ ଅକ୍ଷୟ ଶକ୍ତିର ବ୍ୟବହାର ୭୫ ଜିଗା ୱାଟ ରହିଥିଲା । ଏହି ଅକ୍ଷୟ ଶକ୍ତିର ବ୍ୟବହାର ୨୦୨୨ ସୁଦ୍ଧା ୧୭୫ ଜିଗାୱାଟ ଏବଂ ୨୦୩୦ ସୁଦ୍ଧା ଏହାକୁ ୪୫୦ ଜିଗାୱାଟକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୋଦି ପ୍ରକାଶ କରିଛନ୍ତି ।