ମାଲକାନଗିରିରେ ଜାରି ରହିଛି ଗୁଲାବ ପ୍ରକୋପ

ମାଲକାନଗିରିରେ ଜାରି ରହିଛି ଗୁଲାବ ପ୍ରକୋପ

ମାଲକାନଗିରିରେ ଜାରି ରହିଛି ଗୁଲାବ ପ୍ରକୋପ


ଭୁବନେଶ୍ୱର: ବାତ୍ୟା ଗୁଲାବ (ଗୁଲ୍-ଆବ୍) ମାଲକାନଗିରିରେ ପ୍ରଭାବ ଦେଖାଇଛି । ବର୍ଷା ସହ ପବନ ବହୁଛି ୫୦-୬୦ କିମି ବେଗରେ । ଅନେକ ଜାଗାରେ ଗଛ ଭାଙ୍ଗି ପଡ଼ିଥିବାବେଳେ କେତେକ ଜାଗାରେ ରାସ୍ତାରେ ପାଣି ଜମିଛି ।

  ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁ ଏମଭି-୯୬ର ୩୨୬ ନମ୍ବର ଜାତୀୟ ରାଜପଥର ପୋଲ ଉପରେ ପାଣି ଚାଲିଛି । ଏମଭି-୭୯ ପୁଲିସ ସେଠାରେ ମୁତୟନ ରହି ଗାଡ଼ି ଚଳାଚଳ ବନ୍ଦ ରଖିଛି । ମୁ୍ୟନିସିପାଲିଟି ଟେକବାଡ଼ି ସାହି ଗଛ ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା । ସେଠାରୁ ଗଛ ହଟାଯାଉଛି ।  କୋରୁକୋଣ୍ଡା ନିକଟରେ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘାଟରେ ରାସ୍ତା ଉପରେ ବିରାଟ ଗଛ ଉପୁଡ଼ି ପଡ଼ିଛି ପବନ ମାଡ଼ରେ । ତାହାକୁ ହଟାଇବା ପାଇଁ ଓଡ୍ରାଫ ଟିମ୍ ଲାଗିଛି । ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରପାଲିରେ ରାସ୍ତାରେ ପଡ଼ି ରହିଥିଲା ସକାଳୁ । ଦିନ ୧୧ଟାବେଳେ ବି ବାତ୍ୟା ପ୍ରକୋପ ମାଲକାନଗିରିରେ କେନ୍ଦ୍ରୀଭୂତ ଥିଲା । ଆଉ କେଇ ଘଣ୍ଟା ଭିତରେ ବାତ୍ୟା ଗୁଲାବ ଛତିଶଗଡ଼ ଆଡ଼କୁ ପଳାଇବ । ଖଇରପୁଟରେ ସକାଳ ୮ଟା ସୁଦ୍ଧା ୫୭ ମିଲିମିଟର ବର୍ଷା ହୋଇଛି ।