ମାର୍ଚ୍ଚ ୨୫ରୁ ରାଜ୍ୟ ବଜେଟ୍ ଅଧିବେଶନ
ମାର୍ଚ୍ଚ ୨୫ରୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର : ମାର୍ଚ୍ଚ ୨୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଚାଲିବ । ମାର୍ଚ୍ଚ ୩୦ରେ ବଜେଟ ଉପସ୍ଥାପିତ ହେବ । ଏନେଇ ବାଚସ୍ପତି ଡକ୍ଟର ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଚଳିତ ବଜେଟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ମାର୍ଚ୍ଚ ୨୫ରେ ବିଧାନସଭା ଆରମ୍ଭ ହେବା ପରେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ ଉଦବୋଧନ ଦେବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସ୍ମୃତିରେ ଗୃହ ବନ୍ଦ ରହିବ । ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ।
ମିଳିଥିବା ସୂଚନା ଅନୁଯାୟୀ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟ ଆଗତ କରିବେ । ସେ ବଜେଟ ଆଗତ କରିବା ପରେ ଆଲୋଚନା ହୋଇ ଗୃହୀତ ମଧ୍ୟ କରାଯିବ । ଏହାପରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ଦିନ ଧାର୍ୟ୍ୟ କରାଯିବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ ଉପସ୍ଥାପନ କରିବା ସହ ବିଭିନ୍ନ ବିଭାଗୱାରୀ ଆଲୋଚନା କରାଯିବ । ସମ୍ଭବତଃ ଅପ୍ରେଲ ଶେଷ କିମ୍ବା ମେ’ ଆରମ୍ଭରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହେବ ।