ଯୁଦ୍ଧ ବନ୍ଦ କରିବାକୁ ୩ ଦାବି ରଖିଛି ରୁଷ୍

ଯୁଦ୍ଧ ବନ୍ଦ କରିବାକୁ ୩ ଦାବି ରଖିଛି ରୁଷ୍

ଯୁଦ୍ଧ ବନ୍ଦ କରିବାକୁ ୩ ଦାବି ରଖିଛି ରୁଷ୍

ୟୁକ୍ରେନ: ୟୁକ୍ରେନ  ବିରୋଧରେ ରୁଷ୍‌ ପକ୍ଷରୁ ଜୋରଦାର ବୋମା ବିସ୍ଫୋରଣ କରାଯାଉଛି। ଧ୍ବଂସସ୍ତୂପରେ ପରିଣତ ହୋଇଛି ୟୁକ୍ରେନ୍‌ର ଏକାଧିକ ସହର। ଏପଟେ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ୩ଟି ଦାବି ଉପସ୍ଥାପନ କରିଛି । ଋଷ କହିଛି ଏହି ୩ଟି ଦାବିକୁ ଯଦି ୟୁକ୍ରେନ ମାନିବ ତେବେ ତୁରନ୍ତ ଯୁଦ୍ଧ ବନ୍ଦ ହେବ । କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି ପ୍ରଥମ ଦାବି ହେଉଛି, ୟୁକ୍ରେନ ତା’ର ସାମରିକ କାର୍ୟ୍ୟକଳାପ ବନ୍ଦ କରିବା ସହିତ ନିରପେକ୍ଷତା ବଜାୟ ରଖିବା ଲାଗି ସମ୍ବିଧାନରେ ପରିବର୍ତ୍ତନ କରୁ । ଯାହାଫଳରେ ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସଙ୍ଗଠନରେ ସାମିଲ ହୋଇପାରିବ ନାହିଁ । ଏଥିପାଇଁ କେବଳ ସମ୍ବିଧାନରେ ସଂଶୋଧନ ଆବଶ୍ୟକ । ଋଷ ମଧ୍ୟ ୟୁକ୍ରେନର କୌଣସି ଅଂଚଳ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବ ନାହିଁ ।

୨୦୧୯ରେ ୟୁକ୍ରେନର ତତକାଳୀନ ରାଷ୍ଟ୍ରପତି ପେଡ୍ରୋ ପୋରୋସେଙ୍କୋ ସମ୍ବିଧାନ ସଂଶୋଧନ କରିବା ସହ ତାଙ୍କ ଦେଶ ନାଟୋ ଓ ଇୟୁ (ୟୁରୋପୀୟ ୟୁନିଅନ)ର ସଦ୍ୟତା ଗ୍ରହଣ କରୁ ଏବଂ ତୃତୀୟରେ ଡୋନସ୍କ ଓ ଲୁହାଂସ୍କକୁ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉ । ଏହା ୟୁକୟେନର ନିଷ୍ପତ୍ତି ଉପରେ ନିର୍ଭର କରେ । ୟୁକ୍ରେନ ଏଥିରେ ରାଜି ହେଲେ ଋଷ ତୁରନ୍ତ ଯୁଦ୍ଧ ବନ୍ଦ କରିଦେବ ବୋଲି କୁହାଯାଇଛି ।