ମାନସ ଚୌଧୁରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ ଓ ସମର୍ଥକ

ମାନସ ଚୌଧୁରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ ଓ ସମର୍ଥକ

ମାନସ ଚୌଧୁରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ ଓ ସମର୍ଥକ
ଭୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସେ ସମ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ଚୌଧୁରୀଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶୁଭେଚ୍ଛୁ ଓ ସମର୍ଥକମାନେ ସାମୂହିକ ପ୍ରାର୍ଥନା କରୁଛନ୍ତି । କିଏ ରାମ ମନ୍ଦିରରେ ଦୀପ ଜାଳି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ତ ଆଉ କିଏ ନିଜ ଘରେ ଠାକୁରଙ୍କ ପାଖରେ ଦୀପ ଜଳାଇ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟଯେ, ଶ୍ରୀ ଚୌଧୁରୀ ଭୁବନେଶ୍ୱର ଓ କଟକର ଆଗଧାଡ଼ିର ଓ ଲୋକପ୍ରିୟ ନେତା ଭାବେ ବେଶ ପରିଚିତ । ସାଧାରଣଙ୍କ ହକ ପାଇଁ ସେ ଅନେକବାର ଲଢେ଼ଇ କରି ସଫଳ ବି ହୋଇଛନ୍ତି । ଭୁବନେଶ୍ୱର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିସାରିଥିବା ଶ୍ରୀ ଚୌଧୁରୀ ଏବେ କଟକ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ତେବେ ପିପିଲି ଉପନିର୍ବାଚନରେ ବେଶ କିଛିଦିନ ପ୍ରଚାର କରିବା ପରେ ହଠାତ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶତାଧିକ ସମର୍ଥକ ଏବେ କହୁଛନ୍ତି, ‘ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ମାନସ ଭାଇ’ ।