ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ , ବଡ ଘୋଷଣା କରିପାରନ୍ତି

ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ , ବଡ ଘୋଷଣା କରିପାରନ୍ତି

ଗୁରୁତ୍ୱପୂର୍ଣ୍ଣ  ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ , ବଡ ଘୋଷଣା କରିପାରନ୍ତି
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଦେଶରେ ବଢୁଥିବା କରୋନା ସଂକ୍ରମଣ, ସଂକ୍ରମିତଙ୍କ ମୃତ୍ୟୁ, ମେଡିକାଲରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବକୁ ନଜରରେ ରଖି ପ୍ରଧାନମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି । ଏନେଇ ସେ କିଛି ସମୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ କରୋନା ସଂକ୍ରମଣକୁ ରୋକିବାକୁ ବିଭିନ୍ନ ରାଜ୍ୟ ଓ ସଂଗଠନ ମାନେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବାକୁ ଦାବି କରୁଥିବା ବେଳେ ଏହି ବୈଠକରେ ଏହା ଉପରେ ବିଚାର କରିପାରନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ କୁହାଯାଉଛି ଯେ ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଭର୍ଚୁଆଲ ମାଧ୍ୟରେ ଯୋଗଦେଇ ପାରନ୍ତି । ଦେଶରେ ମାତ୍ର ୪ ଦିନ ମଧ୍ୟରେ ୧୦ ଲକ୍ଷ ଲୋକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି । ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ଦେଢ ହଜାର ପାର କରୁଛି । ଏହାସହ ଏତେ ସଂଖ୍ୟାରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବିଭିନ୍ନ ରାଜ୍ୟ ସରକାରମାନେ ବିଫଳ ହେଉଥିବା ବେଳେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନା ମହାମାରୀ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିବା ସହିତ ପୁରୁଣା ରେକର୍ଡ ଭାଙ୍ଗିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩ ହଜାର ୮୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ଆଉ ୧୬୧୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଶନିବାର ତଥ୍ୟକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯କୁ ବୃଦ୍ଧି ପାଇଛି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ରେ ପହଞ୍ଚିଛି। ଦେଶରେ ଏବେ ୧୯ ଲକ୍ଷ ୨୯ ହଜାର ୩୨୯ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୯ ଲକ୍ଷ ୫୩ ହଜାର ୮୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।