ମାତ୍ର ୭୧ ଟଙ୍କାରେ କିଣନ୍ତୁ ଆପଣଙ୍କ ସ୍ୱପ୍ନର ଘର

ମାତ୍ର ୭୧ ଟଙ୍କାରେ କିଣନ୍ତୁ ଆପଣଙ୍କ ସ୍ୱପ୍ନର ଘର

ମାତ୍ର ୭୧ ଟଙ୍କାରେ କିଣନ୍ତୁ ଆପଣଙ୍କ ସ୍ୱପ୍ନର ଘର
୭୧ ଟଙ୍କା ଅର୍ଥାତ ଏକ ଡ଼ଲାରରେ ଘର ବ୍ରିକ୍ରି ହେଉଛି, ଆପଣ କିଣିବେ କି ? ଆଜ୍ଞା ହଁ । ଏହି ସ୍ଥାନ ପ୍ରାକୃତିକ ସୁନ୍ଦରତା ଦୃଷ୍ଟି କୋଣରୁ ଅତ୍ୟନ୍ତ ସୁନ୍ଦର। ଦୁନିଆର ସବୁଠାରୁ ସୁନ୍ଦର ଥିବା କିଛି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଦେଶରେ ପ୍ରାୟ ଏକ ଡ଼ର୍ଜନରୁ ଅଧିକ ଘର ରହିଛି, ଯାହାକୁ ଏଠାକାର ପ୍ରଶାସନ ୭୧ ଟଙ୍କାରେ ବ୍ରିକ୍ରି କରିବାକୁ ଚାହୁଁଛି। ଏହି ସହରେ ବର୍ତ୍ତମାନ ୩୮୦୦ ଲୋକେ ରହୁଛନ୍ତି ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ଲୋକେ। ଏଠାକାର ଯୁବଗୋଷ୍ଠୀ ପିଲା ଅନ୍ୟ ଦେଶ ବା ସହରକୁ ଚାଲି ଯାଇଛନ୍ତି। ଏହି ସହରଟିର ଚାରିପାଖରେ ସୁନ୍ଦର ସୁନ୍ଦର ପାହାଡ଼ ଘେରି ରହିଛି। ଶୀତ ଦିନରେ ଏହି ପାହାଡ଼ ଗୁଡ଼ିକ ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ରହେ। ଖରା ଦିନରେ ଏଠାରେ ଥିବା ଘାଟି ମାନଙ୍କରେ ରଙ୍ଗବେରଙ୍ଗର ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ। ଏଠାରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ କମ। ପରିବେଶ ବେଶ ସଫାସୁତୁରା ଓ ଲୋକେ ରୋଗରେ ଖୁବ କମ ପଡ଼ନ୍ତି। ଏଠାକାର ସାସ୍କୃତିକ କାଉନସିଲରଙ୍କ ମତାନୁଯାୟୀ, ୪୦ ବର୍ଷ ପୂର୍ବେ ଏଠାରେ ପ୍ରାୟ ୮୦୦୦ ଲୋକେ ରହୁଥିଲେ। ମାତ୍ର ବର୍ତ୍ତମାନ କେବଳ ୩୮୦୦ ଲୋକେ ରହୁଛନ୍ତି। କାରଣ ଏଠାକାର ଅଧିକାଂଶ ଯୁବକ ରୋଜଗାର ପାଇଁ ଅନ୍ୟ ଦେଶ ଓ ସହରକୁ ଚାଲି ଯାଇଛନ୍ତି। ଏବେ କେବଳ ସେମାନଙ୍କ ବାପା-ମାଆ ମାନେ ହିଁ ରହୁଛନ୍ତି। ଲୋକଙ୍କ ଘର ଖାଲି ପଡ଼ିଥିବାରୁ ସେମାନେ ଏହାକୁ ଶସ୍ତାରେ ବିକ୍ରି କରୁଛନ୍ତି। ସହରଟି ହେଉଛି ବିଭୋନା। ଏହା ଇଟାଲୀର ସୀସଲୀରେ ଅବସ୍ଥିତ । ଏଠାକାର ଲୋକେ ଚାହୁଁଛନ୍ତି, ବାହାର ଦେଶ ଓ ସହରରୁ ଲୋକେ ଆସି ଏଠାରେ ରହିଲେ, ସେମାନଙ୍କ ସଂସ୍କୃତିକୁ ବଞ୍ଚାଇବା ସହ ସେମାନଙ୍କ ଘରଗୁଡ଼ିକ ଖାଲି ରହିବ ନାହିଁ। ସହରଟି ପୂର୍ବ ଭଳି ଅଧିକ ଲୋକଙ୍କ ଗହଳିରେ ଭରପୂର ହୋଇଯିବ