ପିଅଜ ପାଇଁ ରାଜାଙ୍କ ଟେନସନ

ପିଅଜ ପାଇଁ ରାଜାଙ୍କ ଟେନସନ

ପିଅଜ ପାଇଁ ରାଜାଙ୍କ ଟେନସନ
ଭୁବନେଶ୍ୱର - ବଜାରରେ ପିଆଜର ସଂଙ୍କଟ । ପିଆଜର ଅହେତୁକ ଦରବୃଦ୍ଧି ସାରା ଭାରତବର୍ଷକୁ କବଳିତ କରିଥିବା ବେଳେ ଏହାକୁ ନେଇ ସଂସଦରେ ପ୍ରତିବାଦ ସ୍ୱର ଜୋରଦାର ହେଲାଣି । ଅନ୍ୟ ପକ୍ଷରେ ଓଡିଶାରେ ପିଆଜ କିଲୋ ୧୬୦ଟଙ୍କା ଛୁଇଁଥିବା ବେଳେ ବିରୋଧି କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିବାକୁ ଆରମ୍ଭ କରିସାରିଲେଣି । ଖାଲାବଜାରରେ ପିଆଜର କଳାବଜାରି ପାଇଁ ପିଆଜର ଅହେତୁକ ଦରବୃଦ୍ଧି ହେଉଥିବାର ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ କଳାବଜାରୀ ବନ୍ଦ କରିବାରେ ସରକାର ବିଫଳ ବୋଲି ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଘଟଣାରେ ସଠିକ ପଦକ୍ଷେପ ନେବାରେ ବିଫଳବୋଲି ଜନସାଧାରଣଙ୍କ ଅଭିଯୋଗ ପରେ ମନ୍ତ୍ରୀଙ୍କ ଟେନସନ ବଢିବାରେ ଲାଗିଛି ।