ମାଟ୍ରିକ ପାଇଁ ଜିରୋ-ଏଫ

ମାଟ୍ରିକ ପାଇଁ ଜିରୋ-ଏଫ

ମାଟ୍ରିକ ପାଇଁ ଜିରୋ-ଏଫ
କଟକ: ମାଟ୍ରିକ ପରୀକ୍ଷାରେ ଯେମିତି କେହି ଫେଲ ହେବେ ନାହିଁ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ କଟକ ଜିଲ୍ଲାରେ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ସବୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି କରିଛନ୍ତି । କେହି ଯେମିତି ଫେଲ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଏଥିସହ ପିଲାଙ୍କ ପାଠ ବଢା ପ୍ରତି ଅଧିକ ଧ୍ୟାନ ଦେବାକୁ ଶିକ୍ଷକମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସବୁ ଠାରୁ ବଡ଼ କଥା ହେଲା ଏଣିକି ବିଇଓଙ୍କ ଲିଖିତ ଅନୁମତି ବିନା ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଛୁଟି ନେଇପାରିବେନି । ଏହାଛଡ଼ା ଶିକ୍ଷକଙ୍କ ଉପସ୍ଥାନ ଜାଣିବାକୁ ବିଇଓମାନଙ୍କୁ ସରପ୍ରାଇଜ ଭିଜିଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ୫-ଟି ଭିତରେ ମିଶନ ଜିରୋ-ଏଫ ଥିବାରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ତପôରତା ପ୍ରକାଶ ପାଇଛି ।