ମାଞ୍ଜା ସୂତା ମୃତ୍ୟୁ ଘଟଣା, ୩ ଅଟକ
ମାଞ୍ଜା ସୂତା ମୃତ୍ୟୁ ଘଟଣା, ୩ ଅଟକ
କଟକ: ରବିବାର ଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମାଞ୍ଜା ସୂତା ବିକ୍ରି ଓ ଉଡାଇବା ଅଭିଯୋଗରେ ଜଗତପୁର ଥାନାରେ ୩ ଜଣ ଅଟକ । ଜଣେ ବ୍ୟବସାୟୀ ଓ ୨ ଜଣ ଗୁଡିଉଡାଳୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ ।
ପ୍ରକାଶ ଥାଉ କି, ଗତାକାଲି ଭୟରପୁରର ଯୁବକ ଜୟନ୍ତ ସାମଲଙ୍କ ମାଞ୍ଜା ସୂତାରେ ଗଳା କଟିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ୱଶୁର ଘର ଯିବାବେଳେ ପୀରବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ଗଳାରେ ଗୁଡେଇ ହୋଇ ଯାଇଥିଲା। ସୂତା ଏତେ ଶକ୍ତ ଥିଲ ଯେ, ଏଥିରେ ଯୁବକଙ୍କ ଗଳା କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ ।




admin 