ମା’ର ଶବ ନିକଟରେ ୩ ଦିନ ତିନି ବର୍ଷର ଝିଅ

ମା’ର ଶବ ନିକଟରେ ୩ ଦିନ ତିନି ବର୍ଷର ଝିଅ

ମା’ର ଶବ ନିକଟରେ ୩ ଦିନ ତିନି ବର୍ଷର ଝିଅ

ବଲାଙ୍ଗୀର : ମା’ଙ୍କ ମୃତଦେହ ପାଖରେ ୩ ଦିନ ୩ ବର୍ଷର ଝିଅ ମା ଶୋଇଛି ଭାବି ସେ ବି ତା’ପାଖରେ ଶୋଇପଡ଼ୁଥିଲା। ଖାଇବାକୁ ବି ମାଗି ନଥିଲା। ପାଖ ପଡ଼ୋଶୀ ବି ଏ ବିଷୟରେ ଟେର୍ ପାଇ ନଥିଲେ। ଆଜି ଯେତେବେଳେ କୁନି ଝିଅଟି ବାହାରକୁ ଆସି କହିଲା ମା’ ପାଟିରୁ ପୋକ ବାହାରୁଛନ୍ତି, ସେତେବେଳେ ଘଟଣାଟି ଲୋକଲୋଚନକୁ ଆସିଲା। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀରର ସାଗରପଡ଼ା ଶିବମନ୍ଦିର ନିକଟରେ।

କୁନି ଝିଅଟି ମା’ର ପାଟିରୁ ପୋକ ବାହରୁଥିବା କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ଅନ୍ୟ କିଛି ପଡ଼ୋଶୀ ଦେଖିବାକୁ ଯାଇଥିଲେ। ସେତେବେଳକୁ ଘର ଭିତରୁ ଗନ୍ଧ ଆସୁଥିଲା। ଏହା ପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଉକ୍ତ ମହିଳାଙ୍କର କେମିତି ମୃତ୍ୟୁ ହେଲା, ସେ ନେଇ କିଛି ଜଣାପଡ଼ିନି। ଅନୁମାନ କରାଯାଉଛି ତିନି ଦିନ ତଳୁ ତାଙ୍କର ମୃତ୍ୟୁ ହୋଇସାରିଛି। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାୟ ଦେଢ଼ ବର୍ଷ ତଳେ ମହିଳା ଜଣକ ଏଠାକୁ ଆସିଥିଲେ। ତାଙ୍କର କେହି ନାହାନ୍ତି ବୋଲି ମହିଳା ଜଣଙ୍କ କହିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ତଡ଼ି ଦେଇଥିବା ସେ କହିଥିଲେ। ସେହିପରି ବାପଘର ଲୋକେ ତାଙ୍କୁ ରଖିଲେନି ବୋଲି କହିଥିଲେ। ତାଙ୍କର ଘରଦ୍ୱାର କିଛି ନଥିଲା। ଆଖପାଖ ଘରେ କାମ କରି ଚଳୁଥିଲେ। 

ଅନ୍ୟପକ୍ଷରେ ୩ ବର୍ଷର କୁନି ଝିଅଟି ବର୍ତ୍ତମାନ ସୁଦ୍ଧା ଜାଣିନି ଯେ ତା’ ମା’ ଆଉ କେବେ ନିଦରୁ ଉଠିବ ନାହିଁ। ପାଖପଡ଼ୋଶୀ ତାକୁ ରଖିଛନ୍ତି ଓ ଖାଇବାକୁ ଦେଇଛନ୍ତି। ତେବେ ତା’ର ଆଉ କେହି ନଥିବା ଯୋଗୁ ପ୍ରଶାସନ ତା’ କଥା ବୁଝିବାକୁ ଦାବି ହୋଇଛି।