ମହିଳା ସାମ୍ବାଦିକ ହିଜାବ ପିନ୍ଧିବାକୁ ବାଧ୍ୟ
ମହିଳା ସାମ୍ବାଦିକ ହିଜାବ ପିନ୍ଧିବାକୁ ବାଧ୍ୟ
କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ଏହା ଯୋଗୁଁ ଲୋକମାନଙ୍କର ଜୀବନ ଦୁର୍ବିସହ ହୋଇପଡିଛି । ରବିବାର ତାଲିବାନ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି ହୋଇଥିବା ବେଳେ ତାକୁ ଧାର୍ମିକ ଗାଇଡଲାଇନ ବୋଲି କୁହାଯାଉଛି । ସେଥିରେ ରିପୋର୍ଟ ପ୍ରସାରଣ ସମୟରେ ସବୁ ମହିଳା ସାମ୍ବାଦିକ ଯେପରି ପାରମ୍ପରିକ ହିଜାବ ପିନ୍ଧିବେ ସେଥିଲାଗି ନୁ୍ୟଜ ଚାନେଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହିଳା କଳାକାର ଥିବା ନାଟକ, ଫିଲ୍ମ ଓ ପ୍ରୋଗ୍ରାମ ଗୁଡ଼ିକର ପ୍ରସାରଣ ନ କରିବା ଲାଗି ବି ଟିଭି ଚ୍ୟାନେଲ ଗୁଡ଼ିକୁ କୁହାଯାଇଛି । ଏ ନେଇ ତାଲିବାନ ମୁଖପାତ୍ର ହାକିଫ ମୋହଜିର କହିଛନ୍ତି ଆମେ ସ୍ପଷ୍ଟ କହିଦେବାକୁ ଚାହୁଁଛୁ ଯେ, ଏହା ଧାର୍ମିକ କଟକଣା । ଦେଶର ସମସ୍ତ ଟିଭି ଚ୍ୟାନେଲ ଏହାର ପାଳନ କରିବେ ବୋଲି ଆଶା କରୁଛୁ ।




admin 