ମମିତା ହତ୍ୟାକାଣ୍ଡ: ଜାତୀୟ ସ୍ତରରେ ଉଠାଇଲା ବିଜେପି
ମମିତା ହତ୍ୟାକାଣ୍ଡ: ଜାତୀୟ ସ୍ତରରେ ଉଠାଇଲା ବିଜେପି
ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣା ନେଇ ରାଜ୍ୟରେ ରାଜନୀତି ଉଠୁଛି ପଡୁଛି। ଏ ଘଟଣାକୁ ଜାତୀୟ ସ୍ତରରେ ଉଠାଇବା ସହ ଜାତୀୟ ଗଣମାଧ୍ୟମର ନଜରକୁ ଆଣିବା ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି। ଏ ନେଇ ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ମମତା ହତ୍ୟା ଘଟଣା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଉଠାଇଛନ୍ତି ସମ୍ବିତ । ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ଓ ଗିରଫ ପରେ ଗୋବିନ୍ଦଙ୍କୁ ପ୍ରଥମେ ଖସାଇ ଦେବା ନେଇ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ସମ୍ବିତ । ଏହି ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ବିଜେପି ଟିମ ମମିତାଙ୍କ ପରିବାରକୁ ଭେଟିବ ବୋଲି ସମ୍ବିତ ସୂଚନା ଦେଇଛନ୍ତି। ମମିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ ଅଭିଯୁକ୍ତ ସହ ନିବିଡ଼ ସମ୍ପର୍କ ରଖିଥିବା ମନ୍ତ୍ରୀଙ୍କୁ ସରକାର ସୁରକ୍ଷା ଦେଉଥିବା ସମ୍ବିତ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଥିଲେ । ତେବେ ଘଟଣାର ବିସୃତ ଅନୁଧ୍ୟାନ ପାଇଁ ତିନି ଜଣିଆ କେନ୍ଦ୍ରିୟ ବିଜେପ ଟିମ୍ ଓଡଶା ଆସିବେ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୂଚନା ଦେଇଛନ୍ତି ।
ତେବେ ଘଟଣା ସମ୍ପର୍କରେ ବିଜେପି ଅଧକ୍ଷ ଜେପି ନଡ୍ଡା ଅବଗତ ଅଛନ୍ତି ଓ ତାଙ୍କ ନିଦେ୍ର୍ଧଶ କ୍ରମେ ତିନି ଜଣିଆ କେନ୍ଦ୍ରୀୟ ବିଜେପି ଟିମରେ ସୁନିତା ଦୁଗ୍ଗଲ, ରୂପାମିତ୍ର ଚୌଧୁରୀ ପ୍ରମୁଖ ଓଡିଶା ଆସିବେ । ଘଟଣା ଅନୁଧ୍ୟାନ କରି ରିପୋର୍ଟ ଦେବେ ବୋଲି ସମ୍ବିତ ପାତ୍ର ସୂଚନା ଦେଇଛନ୍ତି ।




admin 