ରାଜ୍ୟରେ ୫୪୯ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ୫୪୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୮ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୧ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୭୦ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୧୨ଜଣ, ବରଗଡରୁ ୨, ଭଦ୍ରକରୁ ୪, ବଲାଙ୍ଗୀରରୁ ୧, କଟକରୁ ୫୦, ଦେବଗଡରୁ ୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୯, ଯାଜପୁରରୁ ୧୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୭, ଖୋର୍ଦ୍ଧାରୁ ସର୍ବାଧିକ ୨୯୬, କୋରାପୁଟରୁ, ମୟୂରଭଞ୍ଜରୁ ୧୩, ନୟାଗଡରୁ ୧୦, ନୂଆପଡାରୁ ୬, ପୁରୀରୁ ୯, ରାୟଗଡାରୁ ୧, ସମ୍ବଲପୁରରୁ ୧୬, ସୋନପୁରରୁ ୧, ସୁନ୍ଦରଗଡରୁ ୭ ଓ ରାଜ୍ୟପୁଲରୁ ୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୯ହଜାର ୮୧୮କୁ ବୃଦ୍ଧି ପାଇଛି ।




admin 