ମମତା-ପାୱାର ଭେଟ, ୟୁପିଏ ଖତମ

ମମତା-ପାୱାର ଭେଟ, ୟୁପିଏ ଖତମ

ମମତା-ପାୱାର ଭେଟ, ୟୁପିଏ ଖତମ

ମୁମ୍ବାଇ: ବିରୋଧୀ ରାଜନୀତିରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବୁଧବାର ଝଡ଼ ସୃଷ୍ଟି କରିଛନ୍ତି। ଏନସିପି ନେତା ଶରଦ ପାୱାରଙ୍କୁ ଭେଟିବା ସମୟରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱାଧୀନ ୟୁପିଏ (ୟୁନାଇଟେଡ ପ୍ରୋଗ୍ରେସିଭ ଆଲାଏନ୍ସ)ର ସ୍ଥିତି ବର୍ତ୍ତମାନ ଆଦୌ ନାହିଁ ବୋଲି ସେ କହିଛନ୍ତି । ଏମିତି କି ୟୁପିଏ କ’ଣ ବୋଲି ପ୍ରଶ୍ନ କରିବାକୁ ମଧ୍ୟ ସେ ପଛାଇ ନଥିଲେ । ଯଦିଓ ସେ ଓ ଶରଦ ପାୱାର ଏକଦା ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ । 
ମହାରାଷ୍ଟ୍ର ଗସ୍ତ ଅବସରରେ ମମତା ମଙ୍ଗଳବାର ଶିବସେନା ନେତା ସଞ୍ଜୟ ରାଉତ ଓ ଆଦିତ୍ୟ ଥାକରେଙ୍କୁ ସାକ୍ଷାତ କରିଥିଲେ । ବୁଧବାର ପାୱାରଙ୍କୁ ଭେଟିବା ଅବସରରେ ଜାତୀୟ ରାଜନୀତି ଓ ଅନ୍ୟ ପ୍ରସଙ୍ଗ ନେଇ ବିଜେପି ବିରୋଧରେ ଲଢ଼ିବା ପାଇଁ ଉଭୟ ଖସଡ଼ା ପ୍ରସ୍ତୁତ କରିଥିଲେ । ସେମାନଙ୍କ ମଧ୍ୟରେ ଆଲୋଚନା ଗଠନ ମୂଳକ ଥିବା ଉଭୟ ଗଣମାଧ୍ୟମକୁ କହିଥିଲେ । ବିଜେପିକୁ ବିରୋଧ କରୁଥିବା ସବୁ ଦଳ ଏକାଠି ହେବାକୁ ପାୱାର ଆହ୍ୱାନ ଦେବା ସହ ବିରୋଧୀ ଏକାଠି ହେଲେ କିଏ ନେତା ହେବେ ତାହା ବଡ଼ କଥା ନୁହେଁ ବୋଲି କହିଥିଲେ ।