ବଡ ଖବର : ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବଡ ଖବର : ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବଡ ଖବର : ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବେଙ୍ଗାଲୁର : ଶେଷରେ ଭାରତରେ ପହଁଚି ଯାଇଛି କରୋନାର ନୂଆ ଭାରିଆଂଟ ଓମିକ୍ରନ  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି  । ପୂର୍ବରୁ ୨୯ଟି ଦେଶରେ ଓମିକ୍ରନ ଭୂତାଣୁ ପହଁଚିଥିବାବେଳେ ଏବେ ଭାରତରେ ଓମିକ୍ରନର ଉପସ୍ଥିତି ଚିନ୍ତା ବଢ଼ାଇ ଦେଇଛି  । 

କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି  । ସେମାନଙ୍କ ବୟସ ୬୬ ଓ ୪୬ ବର୍ଷ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି  । ୬୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜଣେ ବିଦେଶୀ ହୋଇଥିବାବେଳେ ନିକଟରେ ସେ ଦକ୍ଷିଣ ଆଫ୍ରିକା ଯାଇଥିଲେ  । ଅପରପକ୍ଷରେ ଅନ୍ୟ ୪୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜଣେ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡିଛି  । ସେହି ଦୁଇ ବ୍ୟକ୍ତିଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଖୋଜିବା ସହ ପରୀକ୍ଷା କରାଯାଇଛି  । ତେବେ ଉଭୟଙ୍କ ଠାରେ କୌଣସି ପ୍ରକାର ଗୁରୁତର ଲକ୍ଷଣ ଦେଖିବାକୁ ମିଳିନାହିଁ  । ଏଥିରେ ଭୟଭୀତ ନହୋଇ ଆବଶ୍ୟକୀୟ କୋଭିଡ଼ କଟକଣା ଅନୁପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି  । ସେହିପରି ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି ବୋଲି କୋଭିଡ଼ ୧୯ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭିକେ ପଲ କହିଛନ୍ତି  ।

ସୂଚନାଯୋଗ୍ୟଯେ, କରୋନାର ପୂର୍ବ ଭାରିଆଂଟ ତୁଳନାରେ ଓମିକ୍ରନ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରୁଛି  । ଏହା ସଂକ୍ରମଣକୁ ବହୁ ଶୀଘ୍ର ବୃଦ୍ଧି କରୁଛି  । ତେବେ ଏହି ଷ୍ଟ୍ରେନ ମରଣାନ୍ତକ ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ  ।